ଓଡିଶା

odisha

ETV Bharat / city

ଶନିବାର ବନ୍ଦ ରହିବ ସରକାରୀ ଅଫିସ, ଆସିବେ 50 ପ୍ରତିଶତ କର୍ମଚାରୀ - ଶନିବାର ବନ୍ଦ ରହିବ ସରକାରୀ ଅଫିସ

ଅକ୍ଟୋବର ୧ ତାରିଖରୁ କୋଭିଡ୍ ଗାଇଡ଼ଲାଇନକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ କାମ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ..

ଶନିବାର ବନ୍ଦ ରହିବ ସରକାରୀ ଅଫିସ, 50 ପ୍ରତିଶତ କର୍ମଚାରୀ ଆସିବେ ଅପିସ
ଶନିବାର ବନ୍ଦ ରହିବ ସରକାରୀ ଅଫିସ, 50 ପ୍ରତିଶତ କର୍ମଚାରୀ ଆସିବେ ଅପିସ

By

Published : Sep 30, 2020, 8:23 PM IST

ଭୁବନେଶ୍ବର: ଅକ୍ଟୋବର ୧ ତାରିଖରୁ କୋଭିଡ୍ ଗାଇଡ଼ଲାଇନକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ସବୁ ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଏହାସହ କଟକ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ସ୍ଵତନ୍ତ୍ର ଗାଇଡଲାଇନ କରିଛନ୍ତି ସରକାର । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ କାମ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି ।

ଶନିବାର ବନ୍ଦ ରହିବ ସରକାରୀ ଅଫିସ, 50 ପ୍ରତିଶତ କର୍ମଚାରୀ ଆସିବେ ଅପିସ

ତେବେ ସ୍ଵାସ୍ଥ୍ୟ ସେବା, ଏସଆରସି କାର୍ଯ୍ୟାଳୟ, ଅଗ୍ନିଶମ ପୋଲିସ, ମ୍ୟୁନିସପାଲିଟି ସେବା ଯୋଗାଉଥିବା କାର୍ଯ୍ୟାଳୟର ଶତ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ଗାଇଡଲାଇନରେ କୁହାଯାଇଛି ଯେ ଯେଉଁଠି ୫୦ ପ୍ରତିଶତ କର୍ମଚାରୀ ଆସିବେ ସେଠାରେ ଦପ୍ତର ମୁଖ୍ୟ ନିଷ୍ପତ୍ତି ନେବେ ।

ସେପଟେ ବିଧାନସଭା ଚାଲୁଥିବାରୁ ଏହାସହ ଜଡ଼ିତ ସରକାରୀ ଅଫିସର ମାନେ ଅଫିସ ଆସିବାକୁ କୁହାଯାଇଛି । କୋଭିଡ୍କୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details