ଭୁବନେଶ୍ବର: ପୁରୁଣା ବିଧାନସୌଧ ପରିସରରେ ଆରମ୍ଭ ହେଲା ଶିଶୁ ବିଧାନସଭା । ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏହା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଅନୁଭୂତି ସାଉଣ୍ଟିଲେ ଛାତ୍ରଛାତ୍ରୀ । ବିଧାନସଭାରେ କାର୍ଯ୍ୟକ୍ରମ ଭଳି ଶିଶୁ ବିଧାନସଭାରେ ଶୋକ ପ୍ରସ୍ତାବ, ପ୍ରଶ୍ନକାଳ,ମୁଲତବୀ ପ୍ରସ୍ତାବ ଆଗତ କରଯାଇଥିଲା । ଆଜି ପ୍ରଥମ ଦିନରେ ଗୃହରେ ବାଚସ୍ପତି, ବିରୋଧୀ ଦଳ ନେତା, ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ଶାସକ ଓ ବିରୋଧୀ ଦଳ ବିଧାୟକ ଭାବେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲେ । ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ନିର୍ଯାତନା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ନିରାକରଣ ବ୍ୟବସ୍ଥା ସହ ଶିଶୁ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରିଛନ୍ତି ସେ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ଲୋଡିଥିଲେ ବିରୋଧୀ।
ସେହିପରି ରାଜ୍ୟରେ ଶିଶୁଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କଣ ସୁଧାର ଅଣାଯାଇଛି ସେନେଇ ବିଭଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ଲୋଡିଥିଲେ ବିଧାୟକ । ରାଜ୍ୟରେ କେତେ ସ୍କୁଲ ସ୍ମାର୍ଟ ସ୍କୁଲ କରାଯାଇଛି, ଆଉ କେତେ ସ୍କୁଲ ରୂପାନ୍ତରିତକରଣ ପାଇଁ ଆଉ କଣ କଣ ଯୋଜନା ହୋଇଛି ସେ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧି ।