ଭୁବନେଶ୍ବର:ଚଳିତ ଶୀତ ଅଧିବେଶନ(Odisha Assembly Winter Session) ପୂର୍ବରୁ ଆତ୍ମାହୂତି ଚିନ୍ତା । ବିଧାନସଭା ସମ୍ମୁଖରେ ଆତ୍ମାହୂତି(SELF IMMOLATION) ଟ୍ରେଣ୍ଡ ରୋକିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ଏଥିପାଇଁ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ଆଲର୍ଟ କରାଯାଇଛି ।
ଅସନ୍ତୋଷ ଜାହିର କରି ଆତ୍ମାହୂତି କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ବୁଝାଇ କିପରି ସମସ୍ୟା କରିହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେମାନେ ଦାବି କୁରିଥିବା ବିଷୟ ଉପରେ ଆଲୋକପାତ କରି କିପରି ଜିଲ୍ଲାରେ ହିଁ ତାଙ୍କ ସମାଧାନ କରିହେବ ସେଥିପ୍ରତି ଧ୍ୟାନ ଦେବାକୁ ଏସପିଙ୍କୁ କହିଛନ୍ତି । ଯେପରି ଏଥର ବିଧାନସଭା ସମ୍ମୁଖରେ ଆତ୍ମାହୂତି ପ୍ରସଙ୍ଗ ନ ଆସେ ସେଥିପ୍ରତି ସଯାଗ ରହିବାକୁ କହିଛନ୍ତି । ଏଥିସହ ବିଧାନସଭା ଚାଲୁଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।