ଓଡିଶା

odisha

ETV Bharat / city

ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ୍ ସଂଶୋଧନକୁ ଓଡିଶାର ବିରୋଧ

ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ ସଂଶୋଧନ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ବିରୋଧ କଲା ଓଡିଶା । ଅଧିକ ପଢନ୍ତୁ

ଓଡିଶାର ବିରୋଧ
ଓଡିଶାର ବିରୋଧ

By

Published : Jan 25, 2022, 9:09 PM IST

ଭୁବନେଶ୍ବର:ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ ସଂଶୋଧନ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ବିରୋଧ କଲା ଓଡିଶା (Odisha Govt. opposed the Proposal to amendment the administrative service rules ) ।

ଏନେଇ ଆଜି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସାଂସଦ ଅମର କହିଛନ୍ତି ଆଇନ ସଂଶୋଧନ ହେଲେ ଆଇଏଏସ ଏବଂ ଆଇପିଏସ ଅଫିସରଙ୍କ ମନୋବଳ ଓ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ । ଏହା ଅଫିସରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ରାଜ୍ୟ ସରକାରଙ୍କ ଯୋଜନା ମାନ ମଧ୍ୟ ପ୍ରଭାବିତ ହେବ ବୋଲି ଓଡିଶା ସରକାର ଦର୍ଶାଇଛନ୍ତି ।

ସୂଚନା ଯୋଗ୍ୟ ଯେ କେନ୍ଦ୍ର ସରକାର ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ ସଂଶୋଧନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଆଜି ସୁଦ୍ଧା ମତାମତ ମାଗିଥିଲେ । ହେଲେ ଅଧିକାଂଶ ରାଜ୍ୟ ଏହାକୁ ବିରୋଧ କରୁଛନ୍ତି । ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନା ଭଳି ରାଜ୍ୟ ପୂର୍ବରୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details