ଭୁବନେଶ୍ବର: ମହାମାରୀ କୋରୋନାର ମୁକାବିଲା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ପଞ୍ଚାୟତରେ ସରପଞ୍ଚଙ୍କୁ ରାଜ୍ୟ ସରକାର ଜିଲ୍ଲାପାଳ କ୍ଷମତା ଦେଇଥିବା କହିଛନ୍ତି ନବୀନ ।
ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ପଞ୍ଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରି କୋରୋନା ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ପଞ୍ଜିକରଣ ବ୍ୟବସ୍ଥା କରାଯିବ । ଏଥିପାଇଁ ଟେକ୍ନୋଲୋଜିର ସହାୟତା ନେବେ ସରକାର । ଟୋଲ ଫ୍ରି ନମ୍ବର କିମ୍ବା ୱେବ ସାଇଟ୍ ଜରିଆରେ ପଞ୍ଜିକରଣ କରାଯାଇପାରେ । ଅନ୍ୟ ରାଜ୍ୟରୁ ଆସିବାକୁଥିବା ଶ୍ରମିକଙ୍କ ପଞ୍ଜିକରଣ ଜରୁରୀ ।