ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ଏଣିକି ହୋମ ଆଇସୋଲେସନରେ କୋଭିଡ ଆକ୍ରାନ୍ତଙ୍କ ଘର ସମ୍ମୁଖରେ ଆଉ ପୋଷ୍ଟର ଲାଗିବ ନାହିଁ। କୋଭିଡ ଆକ୍ରାନ୍ତ ସଂଖ୍ୟା ଯଥେଷ୍ଟ ହ୍ରାସ ହୋଇଥିବା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।
ଏନେଇ ସବୁ ଜିଲ୍ଲାପାଳ, ମୁନିସପାଲଟି କମିଶନରଙ୍କ ନିକଟକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।