ଭୁବନେଶ୍ବର: କୋଭିଡ଼ ପାଇଁ OPSC ପରୀକ୍ଷା ଘୁଞ୍ଚାଇବା ନେଇ ଆସିଲା ନିଷ୍ପତ୍ତି । ପରୀକ୍ଷା ଘୁଞ୍ଚିବନି ବରଂ କୋଭିଡ଼ କଟକଣା ମଧ୍ୟରେ ହେବ ବୋଲି ଘୋଷଣା ହୋଇଛି । ଆସନ୍ତା 20 ତାରିଖରୁ ସିଭିଲ ସର୍ଭିସ ପରୀକ୍ଷା ଏବଂ 23ରୁ ଆସିଷ୍ଟାଣ୍ଟ ସର୍ଜନ ପଦବୀ ଲାଗି ପରୀକ୍ଷା ଅନୁଷ୍ଠିତ ହେବ ।
କୋଭିଡ଼ ପାଇଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ । କୋଭିଡ଼ ନିୟମ ଅନୁପାଳନ କରାଯାଇ ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେଉଛି । କୋଭିଡକୁ ଦୃଷ୍ଟିରେ ରଖ୍ ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି ।
ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ପରୀକ୍ଷା ପରିଚାଳନା ସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସାନିଟାଇଜେସନ୍ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଓ ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ୍ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତା ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି ।