ଓଡିଶା

odisha

ETV Bharat / city

ସୋସିଆଲ ମିଡିଆରେ ଅଭିଯୋଗ କରିପାରିବେନି ସରକାରୀ କର୍ମଚାରୀ - ଓଡିଶା ସରକାରଙ୍କ ଗୃହ ବିଭାଗ

ସୋସିଆଲ ମିଡିଆ ମାଧ୍ୟମରେ କୌଣସି ସରକାରୀ କର୍ମଚାରୀ ଅଭିଯୋଗ ଦାଖଲ କରିପାରିବେ ନାହିଁ । ଏପରିକି ମିଡିଆ ଦ୍ବାରା ମଧ୍ୟ ସେମାନେ ନିଜ ଅଭିଯୋଗ ଉଚ୍ଚପଦାଧିକାରୀଙ୍କୁ ଜଣାଇବେ ନାହିଁ । ଅଧିକ ପଢନ୍ତୁ...

ସୋସିଆଲ ମିଡିଆରେ ଅଭିଯୋଗ କରିପାରିବେନି ସରକାରୀ କର୍ମଚାରୀ
ସୋସିଆଲ ମିଡିଆରେ ଅଭିଯୋଗ କରିପାରିବେନି ସରକାରୀ କର୍ମଚାରୀ

By

Published : Jul 7, 2020, 8:11 PM IST

ଭୁବନେଶ୍ବର: ସରକାରୀ ବାବୁଙ୍କ ପାଇଁ ଲାଗିଲା ରୋକ । ରାଜ୍ୟ ସରକାର ଜାରି କଲେ କଟକଣା । ଉଭୟ ଠିକା ଓ ନିୟମିତ କର୍ମଚାରୀଙ୍କ ପାଇଁ ଗୃହ ବିଭାଗ ନୂଆ ନିୟମ ଜାରି କରିଛି ।

ସୋସିଆଲ ମିଡିଆରେ ଅଭିଯୋଗ କରିପାରିବେନି ସରକାରୀ କର୍ମଚାରୀ

ଏହା ଅନୁସାରେ ସୋସିଆଲ ମିଡିଆ ମାଧ୍ୟମରେ କୌଣସି ସରକାରୀ କର୍ମଚାରୀ ଅଭିଯୋଗ ଦାଖଲ କରିପାରିବେ ନାହିଁ । ଏପରିକି ମିଡିଆ ଦ୍ବାରା ମଧ୍ୟ ସେମାନେ ନିଜ ଅଭିଯୋଗ ଉଚ୍ଚପଦାଧିକାରୀଙ୍କୁ ଜଣାଇବେ ନାହିଁ । ନିୟମିତ ହୁଅନ୍ତୁ ଅବା ଠିକା, ନିଜର ଦାବିପତ୍ର ଏବଂ ଅଭିଯୋଗ କିମ୍ବା ନିଜର ଚାକିରୀ ସମ୍ବନ୍ଧୀୟ କୌଣସି ଅସୁବିଧା ବିଷୟରେ ଉଚ୍ଚପଦାଧିକାରୀଙ୍କୁ ଜଣାଇପାରିବେ ନାହିଁ ।

ଏହା କରିବା ହିଁ ସରକାରୀ ଚାକିରିଆଙ୍କ କୋଡ ଅଫ କଣ୍ଡକ୍ଟ ନିୟମର ଉଲ୍ଲଙ୍ଘନ । ନିଜର ସମସ୍ୟା କେବଳ ନିଜର ନିଯୁକ୍ତି ଅଧିକାରୀଙ୍କ ମାଧ୍ୟମରେ ଜଣାଇବେ ବୋଲି ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି । ନିକଟରେ ଆୟୁଷ ନିର୍ଦ୍ଦେଶକଙ୍କ ନାମରେ ଜଣେ ମହିଳା କର୍ମଚାରୀ ସଙ୍ଗିନ ଅଭିଯୋଗ ଆଣିବା ପରେ ଏହି କଟକଣା ଲାଗୁ କରିଛି ଗୃହ ବିଭାଗ । ମହିଳା ଜଣଙ୍କ ପ୍ରଥମେ ମିଡିଆକୁ ଯାଇଥିବା ପୋଲିସ ସୂଚନା ଦେଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details