ଓଡିଶା

odisha

ETV Bharat / city

Ganeshi Lal BDay: ୮୦ ବର୍ଷରେ ପାଦ ଥାପିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା - ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି(ମଙ୍ଗଳବାର) ରାଜ୍ୟପାଳ ଗଣେଶୀ ଲାଲ ୮୦ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

Ganeshi Lal BDay: ୮୦ ବର୍ଷରେ ପାଦ ଥାପିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
Ganeshi Lal BDay: ୮୦ ବର୍ଷରେ ପାଦ ଥାପିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

By

Published : Mar 1, 2022, 3:10 PM IST

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି(ମଙ୍ଗଳବାର) ୮୦ ବର୍ଷରେ ପାଦ ଥାପିଛନ୍ତି । ଅଧ୍ୟାପନା ଜୀବନଠୁ ଆରମ୍ଭ କରି ରାଜ୍ୟପାଳ ପର୍ଯ୍ୟନ୍ତ ସେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ଏହାସହିତ ଭାରତର ପରିଚିତ ରାଜନେତାଙ୍କ ମଧ୍ୟରେ ସେ ଅନ୍ୟତମ । ତେବେ ତାଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ରାଜନେତାମାନେ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ରାଜ୍ୟପାଳଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ ପାଇଁ ସେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟପାଳଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରିଛନ୍ତି ।

ସେପଟେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ରାଜ୍ୟପାଳଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ରାଜ୍ୟପାଳଙ୍କ ଉତ୍ତମ ସ୍ବାସ୍ଥ୍ୟ, ଖୁସି ଓ ଦୀର୍ଘ ଜୀବନର କାମନା କରିଛନ୍ତି । ତେବେ ସୂଚନା ଥାଉ କି ରାଜ୍ୟପାଳଙ୍କ ୧୯୪୨ ମସିହା ମାର୍ଚ୍ଚ ୧ ତାରିଖରେ ହରିୟାଣାର ସିରସା ଠାରେ ହୋଇଥିଲା । ସେ ଗ୍ରାଜୁଏସନ ଓ ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ବିଜୟୀ ରହିଛନ୍ତି । ଏହାପରେ ସେ ଅଧ୍ୟାପନାରେ ଯୋଗ ଦେଇଥିଲେ ।

ଏହାପରେ ସେ ୧୯୬୪ ମସିହାଠାରୁ ୧୯୯୦ ମସିହା ପର୍ଯ୍ୟନ୍ତ ହରିୟାଣାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି । ସେ ମହାବିଦ୍ୟାଳୟରେ ଜଣେ ଗଣିତ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୦ ମସିହାରେ ଅଧ୍ୟାପକ ପଦରୁ ଇସ୍ତଫା ଦେଇ ୧୯୯୬ରେ ନିର୍ବାଚନ ଲଢି ବିଧାନସଭାରେ ପହଞ୍ଚିଥିଲେ । ଏହାପରେ ସେ ୨୦୧୮ ମସିହା ମେ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details