ଭୁବନେଶ୍ବର:ରୋଗୀ ପରାମର୍ଶ ନେଇ ଡାକ୍ତରଙ୍କୁ ସ୍ବତନ୍ତ୍ର ଟିପ୍ସ ଦେଲେ ରାଜ୍ୟପାଳ (Governor Tips To Doctors) । ଓଡିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ ବା ଓମସା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଡାକ୍ତରଙ୍କୁ ଟିପ୍ସ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।
Governor Tips To Doctors; ରୋଗୀ ପରାମର୍ଶ ନେଇ ଡାକ୍ତରଙ୍କୁ ସ୍ବତନ୍ତ୍ର ଟିପ୍ସ ଦେଲେ ରାଜ୍ୟପାଳ - OMSA
ଓଡିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ ବା ଓମସା (OMSA) ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ (Odisha governor Professor Ganeshi lal )। ଅଧିକ ପଢନ୍ତୁ
ବୁଧବାର ଓଡିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ ବା ଓମସା ପକ୍ଷରୁ ନୂତନ ଭବନ ଉଦଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓମସାର ୬୮ତମ ବାର୍ଷିକ ସମ୍ମିଳନୀ ଆୟୋଜନ ଅବସରରେ ଭୁବନେଶ୍ବର ୟୁନିଟ ୬ ଅଂଚଳରେ ଏହାର ସ୍ବତନ୍ତ୍ର ନିଜସ୍ବ ଭବନ ଉଦଘାଟନ ହୋଇଛି। ଏହି ଅବସରରେ ରୋଗୀ ପରାମର୍ଶ ନେଇ ଡାକ୍ତରଙ୍କୁ ସ୍ବତନ୍ତ୍ର ଟିପ୍ସ ଦେଇଛନ୍ତି ରାଜ୍ୟପାଳ । ଡାକ୍ତର ମାନଙ୍କ ଉପରେ ଭରସା କରି ରୋଗୀ ଆସିଥାଏ ଓ ସେମାନଙ୍କ ମାନସିକି ସ୍ଥିତି ପରଖି ଉପଚାର କଲେ ୮୦ ରୁ ୯୦ ଭାଗ ରୋଗ ଉପଶମ ହୋଇପାରିବ । ତେଣୁ ଏ ଦିଗରେ ଡାକ୍ତର ମାନେ କାର୍ଯ୍ୟ କରିବା ଉଚିତ । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଯୋଗ ଦେଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଓ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ