ଓଡିଶା

odisha

ETV Bharat / city

ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା, ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ରାଜ୍ୟପାଳ - କୋଭିଡ ଯୋଦ୍ଧା ମାନ୍ୟତା

ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ନିଷ୍ପତ୍ତିକୁ ରାଜ୍ୟପାଳ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା: ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ରାଜ୍ୟପାଳ
ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା: ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ରାଜ୍ୟପାଳ

By

Published : May 4, 2021, 12:18 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ସାମ୍ବାଦିକମାନେ ଲୋକମାନଙ୍କୁ ସେବା ଯୋଗାଇ ଆସିଥିଲେ । ଏଥିଲାଗି ରାଜ୍ୟ ସରକାର ସେମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଥିଲେ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ ସ୍ବାଗତ କରିଛନ୍ତି ।

ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା: ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ରାଜ୍ୟପାଳ

କୋଭିଡ ସମୟରେ ଜନସାଧାରଣଙ୍କୁ ସଚେତନ କରିବା ବେଶ ଗୁରୁତ୍ବପୂର୍ଣ୍ଣ । ଜନସାଧାରଣଙ୍କୁ ସଚେତନ କରିବାରେ ସାମ୍ବାଦିକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି । ଜନସଚେତନତା ସୃଷ୍ଟି କରିବାରେ ସକ୍ରିୟ ଭୂମିକା ନେବାରେ ସାମ୍ବାଦିକମାନେ ଆଗୁଆ ରହିଛନ୍ତି । ଏପରି କୋଭିଡ ସମୟରେ ଲୋକଙ୍କ ପାଖରେ ସଠିକ ଖବର ସାମ୍ବାଦିକମାନେ ପହଞ୍ଚାଉଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଖୁବ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଟ୍ବିଟ୍ କରି କହିଛନ୍ତି ରାଜ୍ୟପାଳ ।

ଗତ ରବିବାର ଦିନ ରାଜ୍ୟ ସରକାର ସାମ୍ବାଦିକଙ୍କୁ ସମ୍ମୁଖ କୋରୋନା ଯୋଦ୍ଧା ମାନ୍ୟତା ଦେଇଛନ୍ତି । ଏହାଦ୍ବାରା ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରିବା ସହ କହିଛନ୍ତି ଯେ ସାମ୍ବାଦିକମାନେ ନିରବଚ୍ଛିନ୍ନ ଭାବେ ଖବର ପ୍ରସାରଣ କରି ଲୋକଙ୍କୁ ସଚେତନ କରୁଛନ୍ତି । ମହାମାରୀ କୋଭିଡ଼ ସମୟରେ ଲୋକଙ୍କ ନିକଟରେ ପ୍ରତିଟି ଖବର ସମୟରେ ପହଞ୍ଚାଉଛନ୍ତି ସାମ୍ବାଦିକ ।

କୋଭିଡ଼ ବିରୋଧୀ ଯୁଦ୍ଧରେ ସାମ୍ବାଦିକ ସାହାଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଏହାର ଲାଭ ପାଇବେ । ଏହି ଯୋଜନାରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details