ଓଡିଶା

odisha

ETV Bharat / city

Rashtriya Bal Puraskar ବିଜେତା ବନିତା ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ - ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ବନିତା ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ରାଷ୍ଟ୍ରୀୟ ବାଲ ପୁରସ୍କାର 2021 ବିଜେତା ବନିତା ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାଙ୍କର କ୍ଷୁଦ୍ର ଗ୍ରହ ଆବିଷ୍କାର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଜ୍ୟପାଳ। ଅଧିକ ପଢନ୍ତୁ

Rashtriya Bal Puraskar ବିଜେତା ବନିତା ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
Rashtriya Bal Puraskar ବିଜେତା ବନିତା ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

By

Published : Jan 25, 2022, 3:31 PM IST

ଭୁବନେଶ୍ବର: ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ବନିତା ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଗତକାଲି ରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର 2021 ପାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟର ବନିତା ଦାସ । ସେ କ୍ଷୁଦ୍ର ଗ୍ରହ ଆବିଷ୍କାର କ୍ଷେତ୍ରରେ ନିଜର କାର୍ଯ୍ୟ ପାଇଁ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ଏହା ମଧ୍ୟ ପଢନ୍ତୁ : ନବରଙ୍ଗପୁର ଝିଅ ବନିତା ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ନବରଙ୍ଗପୁର ଜିଲ୍ଲାର ବନିତା ଦାସଙ୍କ ଏଭଳି କୃତିତ୍ବକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ । ରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ସାରା ଦେଶର ୨୯ ଜଣ ବାଳିକାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର 2021 ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ସାମିଲ ଥିଲେ ଓଡିଶାର ବନିତା ଦାସ । ତାଙ୍କର କ୍ଷୁଦ୍ର ଗ୍ରହ ଆବିଷ୍କାର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଜ୍ୟପାଳ ।

ସୂଚନାଥାଉକି ମଧ୍ୟପ୍ରଦେଶର ଅମରକଣ୍ଟକ ଜବାହାର ନବୋଦୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ବନିତା ଦାସ । ସେ ନାସାର ଏକ ପ୍ରଜେକ୍ଟରେ କ୍ଷୁଦ୍ର ଗ୍ରହ ଆବିଷ୍କାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details