ଓଡିଶା

odisha

ETV Bharat / city

71 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ ସରକାର

ଚଳିତ ବର୍ଷ ରାଜ୍ୟ ସରକାର 71 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ...

ଧାନ ସଂଗ୍ରହ
ଧାନ ସଂଗ୍ରହ

By

Published : Nov 13, 2020, 12:05 PM IST

Updated : Nov 13, 2020, 1:39 PM IST

ଭୁବନେଶ୍ବର: ଚଳିତ ବର୍ଷ ସମୁଦାୟ 71 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଧାନ ସଂଗ୍ରହ ନୀତି ଅନୁସାରେ, ଜଳସେଚିତ ଜମିରେ ଏକର ପିଛା 19 କ୍ବିଣ୍ଟାଲ ଧାନ ଓ ଅଣସେଚିତ ଜମିରୁ 13 କ୍ବିଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଧାର୍ଯ୍ୟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ନିଗମର ଏମଡି ବିଶ୍ବଜିତ କେଶରୀ ଦାସ ।

ରାଜ୍ୟ ସରକାର

ସେହିପରି ଜଣେ ଚାଷୀ ଯଦି କମ ଧାନ ଦେବେ, ନିଜ ବ୍ୟବହାର ପାଇଁ ବା ବାହାରେ ବିକ୍ରି କରିବାକୁ ଚାହିଁବେ, ଆମର ମନା କରିବାର ନାହିଁ । ସେଥିରେ କିଛି ରୋକ ନାହିଁ। ନିଜସ୍ବ ବିକ୍ରି ଅଧିକାର ଚାଷୀଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି ଧାନ ସଂଗ୍ରହ ଲକ୍ଷ୍ୟ ଅନୁସାରେ ଆସେ ନାହିଁ । ଯଦି ଅଧିକ ଧାନ ଆସିବ, ତେବେ ଯୋଗାଣ ମନ୍ତ୍ରୀ ନିଷ୍ପତ୍ତି ନେଇପାରିବେ ବୋଲି ସେ କହିଛନ୍ତି । ଯେଉଁ ମଣ୍ଡିରେ ଚାଷୀ ପଞ୍ଜିକରଣ କରିଛି, ସେଠି ହିଁ ବିକ୍ରି କରି ପାରିବ। କାରଣ ସେଠାରୁ ହିଁ ସେ ଟୋକନ ପାଇଛି ବୋଲି ଯୋଗାଣ ନିଗମର ଏମଡି କହିଛନ୍ତି ।

ସେପଟେ ନୂଆ ଧାନ ସଂଗ୍ରହ ନୀତି ଅନୁସାରେ, ଏଫଏକ୍ୟୁ ଧାନ ପାଇଁ ଏମଏସପି 1868 ଟଙ୍କା ଥିବାବେଳେ ଗ୍ରେଡ ଏ ପାଇଁ 1888 ଟଙ୍କା ରଖାଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 13, 2020, 1:39 PM IST

ABOUT THE AUTHOR

...view details