ଭୁବନେଶ୍ବର: ଗବେଷଣାଲବ୍ଧ ଜ୍ଞାନ ଦ୍ବାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶ କରିହେବ । ଗବେଷକମାନେ ଦେଶରେ ଉନ୍ନତିରେ ସହାୟକ ହୋଇପାରିବେ । ସେଥିଲାଗି ରାଜ୍ୟରେ ଯୁବ ଗବେଷକମାନଙ୍କୁ ଗବେଷଣା ପାଇଁ ସରକାର ପ୍ରୋତ୍ସାହନ ଦେଇଛନ୍ତି ।
ବୁଧବାର, ଭୁବନେଶ୍ବରରେ ଓଡିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ବିବିଧ କ୍ଷେତ୍ରରେ ଗବେଷଣା ଜାରି ରଖିଥିବା 40 ଜଣ ଯୁବ ଗବେଷକଙ୍କୁ ରାଜ୍ୟ ସରକାର ଗବେଷଣା ସହାୟତା ପାଇଁ ସିଡ ଫଣ୍ଡିଂ ଓ ରିସର୍ଚ୍ଚ ଫେଲୋଶିପ ପ୍ରଦାନ କରିଛନ୍ତି । ସହାୟତା ପ୍ରୋତ୍ସାହନ ରାଶି ସ୍ବରୂପ ଚୟନ ହୋଇଥିବା ପ୍ରତ୍ୟେକ ଗବେଷକଙ୍କୁ ଦୁଇ ବର୍ଷରେ ଏନେଇ ମିଳିବ 5ଲକ୍ଷ ଟଙ୍କା । ରାଜ୍ୟରେ ନୂଆକରି ହୋଇଥିବା ଓଡିଶା ୟୁନିଭର୍ସିଟି ରିସର୍ଚ୍ଚ ଏବଂ ଇନୋଭେସନ ପ୍ରୋତ୍ସାହନ ଯୋଜନା (ଓୟୁଆରଆଇଆଇପି) ଅଧୀନରେ ଏହି ମୌଳିକ ଗବେଷଣା ଏବଂ ଛାତ୍ରବୃତ୍ତି ସମ୍ମାନ ଦେବାକୁ ସ୍ଥିର କରଛନ୍ତି ରାଜ୍ୟ ସରକାର ।
ଗବେଷଣା ପାଇଁ ସହାୟତା ଯୋଗାଇବେ ସରକାର, ଦୁଇ ବର୍ଷରେ ମିଳିବ 5 ଲକ୍ଷ ଟଙ୍କା ରାଜ୍ୟରେ 40 ବର୍ଷରୁ କମ, 40 ଜଣ ଯୁବ ଗବେଷକଙ୍କୁ ଏନେଇ ସରକାର ଚିହ୍ନଟ କରିଛନ୍ତି । ସେମାନେ ବିଭିନ୍ନ ଗବେଷଣା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବାବେଳେ ନୂତନ ଗବେଷଣା ପାଇଁ ସରକାର ସିଡ ଫଣ୍ଡ ଆକାରରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ । ତେବେ ସେମାନଙ୍କୁ ପ୍ରତ୍ୟେକ 2ବର୍ଷରେ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି ।
ସେହିପରି ରାଜ୍ୟରେ ରିସର୍ଚ୍ଚ ଫେଲୋସିପ କାର୍ଯ୍ୟକ୍ରମରେ ଏନଆଇଟିରେ କୃତକାର୍ଯ୍ୟଙ୍କୁ ଗବେଷଣା ନିମନ୍ତେ ମାସିକ 15 ହଜାର ଟଙ୍କାର ଆର୍ଥିକ ସହାୟତା 4 ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଏଥି ସହିତ କଣ୍ଟିଜେନ୍ସି ବାବଦକୁ ବିଜ୍ଞାନରେ ବର୍ଷକୁ 25 ହଜାର ଟଙ୍କା ଏବଂ କଳା ଆଦି ବିଭାଗ ନିମନ୍ତେ 15 ହଜାର ଟଙ୍କା ଯୋଗାଇ ଦିଆଯିବାର ସୁବିଧା ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ