ଓଡିଶା

odisha

ETV Bharat / city

10 ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ, ନିବେଶ ହେବ 2435 କୋଟି

ଓଡିଶାରେ 10 ଗୋଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ଏନେଇ 2435 କୋଟି ନିବେଶ କରାଯିବ । ଏହାସହ ସର୍ବମୋଟ 5432 ଜଣ ନିଯୁକ୍ତି ପାଇବେ । ଅଧିକ ଖବର ପଢନ୍ତୁ...

ଡିଜାଇନ ଫଟୋ

By

Published : Sep 26, 2019, 11:19 PM IST

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ଵିନଡୋ କ୍ଲିୟରାନ୍ସ ବୈଠକରେ 10 ପ୍ରକଳ୍ପକୁ ମଞ୍ଜୁରୀ । ଏହାସହ ସମସ୍ତ ପ୍ରକଳ୍ପ ପାଇଁ ସର୍ବମୋଟ 2435 କୋଟି ନିବେଶ ହେବ । ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ବିଷୟରେ ନିଷ୍ପତି ନିଆଯିବ ସହ ପ୍ରକଳ୍ପକୁ ମଞ୍ଜୁରି ମିଳିଛି ।

ଖବର ଅନୁଯାୟୀ, ଏହି ପ୍ରକଳ୍ପର ମଞ୍ଜୁରି ଦ୍ବାରା ସର୍ବମୋଟ 5432 ଜଣ ନିଯୁକ୍ତି ପାଇବେ । ତେବେ ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପରେ ଆଇଅନ କେମିକାଲ 166 କୋଟି ଟଙ୍କା ନିବେଶ କରିବ । କଳିଙ୍ଗ ନଗରରେ ରତ୍ନମଣି ମେଟାଲସ ଧାତବ ପ୍ରକ୍ରିୟାକରଣ ଶିଳ୍ପ କରିବ । ଏଥିରେ ମୋଟ 183 ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details