ଓଡିଶା

odisha

ETV Bharat / city

ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦିଅନ୍ତୁ ଓଡିଶା ସରକାର: ଧର୍ମେନ୍ଦ୍ର ପ୍ରଧାନ - ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ

କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ, ସଂରକ୍ଷଣ ବ୍ୟବସ୍ଥାରେ ୫୦ ପ୍ରତିଶତରୁ ଅଧିକ ଦାବି କରିବା ଅମୂଳକ । ଓଡ଼ିଶା ଏକମାତ୍ର ରାଜ୍ୟ ଯେ ସମ୍ଭବତଃ ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦେଇନାହିଁ । ଅଧିକ ପଢନ୍ତୁ...

Odisha government should protect the backward castes
ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦିଅନ୍ତୁ ଓଡିଶା ସରକାର

By

Published : Aug 11, 2021, 9:57 PM IST

ଭୁବନେଶ୍ବର:କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ, ସଂରକ୍ଷଣ ବ୍ୟବସ୍ଥାରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ଦାବି କରିବା ଅମୂଳକ । ଓଡ଼ିଶା ଏକମାତ୍ର ରାଜ୍ୟ ଯେ ସମ୍ଭବତଃ ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦେଇନାହିଁ । ତେଣୁ ଓଡିଶା ସରକାର ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦିଅନ୍ତୁ ବୋଲି ରାଜ୍ୟସଭାରେ ୧୨୭ତମ ସଂଶୋଧନ ବିଧେୟକ ଆଲୋଚନାରେ ବକ୍ତବ୍ୟ ରଖି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ସଂସଦରେ ଏକ ପଦ୍ୟରେ ଧର୍ମେନ୍ଦ୍ର ଭାରତ ସରକାରଙ୍କ ଉଦ୍ଦେଶ୍ୟକୁ ବର୍ଣ୍ଣନା କରିଛନ୍ତି ଯେ “ଯବ୍ ହୋସଲା ବନାଲିଆ ହୈ ଉଚ୍ଚି ଉଡାନ କା, ତବ୍ ଦେଖନା ଫିଜୁଲ ହୈ କଦ୍ ଆସମାନ କା” । ରାଜ୍ୟ ସରକାର ସାଙ୍କେତିକ ଭାବରେ ଓବିସି ଓ ଏସଇବିସିଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ପରବର୍ତୀ ପର୍ଯ୍ୟାୟରେ ହାଇକୋର୍ଟରେ ଏହା ବିରୁଧରେ ଏକ ମାମଲା ଦାୟର ହୋଇଥିଲା । ଓଡ଼ିଶା ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ । ହାଇକୋର୍ଟର ରହିତାଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟକୁ ଯିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ଯେ, ୯୦ ଦଶକରେ ମଣ୍ଡଳ କମଶନ ଲାଗୁ ହେବା ସମୟରେ ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସେତେବେଳେ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ସେହି ସମୟରେ ଓଡ଼ିଶା ଏକମାତ୍ର ରାଜ୍ୟ ଥିଲା ଯେ ମଣ୍ଡଳ କମିଶନ ଲାଗୁ ନ କରିବା ପାଇଁ ସୁପ୍ରିମକୋର୍ଟ ଆସିଥିଲା । ସେହି ସମୟରେ ଓବିସି ତାଲିକା ହେବାର ମଧ୍ୟ ନିଷ୍ପତ୍ତି ହୋଇଥିଲା । ତେବେ ଆଜି ସେହି ଦଳର ପ୍ରତିନିଧି ଆଜି କହୁଛନ୍ତି ଆମେ ଓବିସି ଓ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ପ୍ରସ୍ତୁତ । ମାତ୍ର କେନ୍ଦ୍ର ଆମର ହାତ ବାନ୍ଧିଥିବା କଥା କହୁଛନ୍ତି । ରାଜ୍ୟରେ ବହୁସଂଖ୍ୟକ ସମାଜ ଓବିସି ବର୍ଗ ତାଲିକା ନାହିଁ କହି ସଂରକ୍ଷଣ ୫୦ ପ୍ରତିଶତ ଉପରକୁ କିଭଳି ଦିଆଯିବ ପ୍ରଶ୍ନ କରୁଛନ୍ତି । କେନ୍ଦ୍ର କୋର୍ଟରେ ବଲ୍ ଫିଙ୍ଗି ଓଡିଶା ସରକାର କେନ୍ଦ୍ର ଉପରେ ଦୋଷ ଲଦିବା ଏବଂ ରାଜ୍ୟରେ ଓବିସି ତାଲିକା ନଥିବାରୁ ସଂରକ୍ଷଣ ଦେଇନପାରିବା ତଥ୍ୟ ଆଧାରିତ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ଯେ ଦେଶରେ ଜାତି, ଜନଗଣନା ଏବଂ ରିଭୋନାରୀ ପ୍ରକ୍ରିୟା । ଅନେକ ରାଜ୍ୟ ଏହାକୁ ଆଧାର ମାନିଛନ୍ତି । ଅନେକ ରାଜ୍ୟ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦେଉଥିଲେ । ବିହାର, ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ପଣ୍ଡିଚେରୀ ଭଳି ରାଜ୍ୟ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ଦେଇସାରିଛନ୍ତି । ଓଡ଼ିଶାରେ ୫୨ ପ୍ରତିଶତ ପଛୁଆ ଜାତି ଥିବା ବେଳେ ତାଲିକା କହିଁକି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଥିଲେ । ଓଡ଼ିଶା ଏକମାତ୍ର ରାଜ୍ୟ ଯେ ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦେଇନାହିଁ । ତେବେ କେନ୍ଦ୍ର ଉପରେ ରାଜ୍ୟ ସରକାର ଯେଉଁ ସଂରକ୍ଷଣ ପ୍ରସଙ୍ଗରେ ଦୋଷ ଲଦୁଛନ୍ତି ତାହା ତଥ୍ୟ ଆଧାରରେ ଅମୂଳକ ।

ବିରୋଧୀଙ୍କ ସଂରକ୍ଷଣ ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି ଯେ, ମଣ୍ଡଳ କମିଶନ ଲାଗୁ ହେବା ପରେ ମଧ୍ୟ କଂଗ୍ରେସ ଶାସନରେ କେନ୍ଦ୍ରୀୟ ସ୍ତରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ ହୋଇନଥିଲା ବରଂ ରାଜ୍ୟରେ ଲାଗୁ ହୋଇଥିଲା । ତେବେ କେନ୍ଦ୍ରରେ ସ୍ଥାନ ସଂରକ୍ଷଣ ଲାଗୁ ହେବା ସମୟରେ ସ୍ଥାନ ସଂରକ୍ଷଣ ସଠିକରେ କ୍ରିୟାନ୍ୱୟନ ହେବାର ଆବଶ୍ୟକତା ରହିଥିଲା । କେନ୍ଦ୍ରୀୟ ବିଦ୍ୟାଳୟରେ ଓବିସିଙ୍କୁ ସ୍ଥାନ ସଂରକ୍ଷଣ ଦେବାକୁ କିଏ ମନା କରିଥିଲା ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି କିଛି ନିର୍ଣ୍ଣୟ କରନ୍ତି ସମସ୍ତଙ୍କ ସମାନ ଅଧିକାରକୁ ଦେଇ ନିର୍ଣ୍ଣୟ ନିଅନ୍ତି । ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଆମ ସରକାରଙ୍କ ନୀତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଟା ଲାପ୍ସ ନକରିବା ନେଇ ବଡ ପଦକ୍ଷେପ ନେଇଥିଲେ । ମୋଦି ସରକାରଙ୍କ ନିଷ୍ପତ୍ତି କ୍ରମେ ୨୦୧୪ରୁ ୧୧,୨୬୨ ଏଲପିଜି ଡ଼ିଷ୍ଟ୍ରିବୁଟର ଦିଆଯାଇଛି । ତନ୍ମଧ୍ୟରୁ ଏସସି ଏସଟିଙ୍କୁ ନିଜର ଅଧିକାର ଦିଆଯିବା ସହ ୨୮୫୨ ଜଣ ଓବିସି ଯୁବକଙ୍କୁ ରୋଜଗାର ପାଇଁ ଏଲପିଜି ଡ଼ିଷ୍ଟ୍ରିବୁଟର ଦିଆଯାଇଛି । ୭,୮୮୮ ଓବିସି ବର୍ଗଙ୍କୁ ପେଟ୍ରୋଲ ପମ୍ପଙ୍କୁ ଦିଆଯାଇଛି । ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହା କରନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details