ଓଡିଶା

odisha

ETV Bharat / city

ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ସିଣ୍ଡିକେଟକୁ ରାଜ୍ୟସରକାରଙ୍କ ପ୍ରତିନିଧି ମନୋନୀତ - odisha government news

ରାଜ୍ୟ ସରକାର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ସିଣ୍ଡିକେଟକୁ ନିଜର ପ୍ରତିନିଧି ମନୋନୀତ କରିଛନ୍ତି । 12ଟି ବିଶ୍ବବିଦ୍ୟାଳୟ ପାଇଁ 6 ଜଣ ଯୁଗ୍ମ ସଚିବସ୍ତରୀୟ ଅଧିକାରୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଅଧିକ ପଢନ୍ତୁ...

ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ସିଣ୍ଡିକେଟକୁ ରାଜ୍ୟସରକାରଙ୍କ ପ୍ରତିନିଧି ମନୋନୀତ
ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ସିଣ୍ଡିକେଟକୁ ରାଜ୍ୟସରକାରଙ୍କ ପ୍ରତିନିଧି ମନୋନୀତ

By

Published : Sep 9, 2020, 7:14 AM IST

ଭୁବନେଶ୍ବର: କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ବବିଦ୍ୟାଳୟ ସିଣ୍ଡିକେଟରେ ନିଜର ପ୍ରତିନିଧି ମନୋନୀତ କରିଛନ୍ତି । 12ଟି ବିଶ୍ବବିଦ୍ୟାଳୟ ପାଇଁ 6 ଜଣ ଯୁଗ୍ମ ସଚିବସ୍ତରୀୟ ଅଧିକାରୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

ଉତ୍କଳ ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଅଶ୍ବିନ କୁମାର ମିଶ୍ର, ବ୍ରହ୍ମପୁର ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଜୟନ୍ତ ନାରାୟଣ ଷଡଙ୍ଗୀଙ୍କୁ ମନୋନୀତ କରାଯାଇଛି ।

ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ସିଣ୍ଡିକେଟକୁ ରାଜ୍ୟସରକାରଙ୍କ ପ୍ରତିନିଧି ମନୋନୀତ

ସେହିପରି ରେଭେନ୍ସା ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପାଇଁ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି, ଉତ୍ତର ଓଡିଶା ଓ ଫକୀରମୋହନ ବିଶ୍ବବିଦ୍ୟାଳୟ ଲାଗି ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ରଥ ମନୋନୀତ ହୋଇଛନ୍ତି ।

ଅନ୍ୟପଟେ ଖଲ୍ଲିକୋଟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ଯୁଗ୍ମ ସଚିବ ବୀରେନ୍ଦ୍ର କରକରା, ଗଙ୍ଗାଧର ମେହେର ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ସିଣ୍ଡିକେଟ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details