ଭୁବନେଶ୍ବର: ଆଇଏଏସ ସ୍ତରରେ ଅଦଳବଦଳ। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା 1988 ବ୍ୟାଚ ଆଇଏଏସ ପରାଗ ଗୁପ୍ତା ଜଙ୍ଗଲ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଛନ୍ତି । ସେହିଭଳି ଇସ୍ପାତ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଏବେ ଓଡିଶା ଖଣି ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ - ପରାଗ ଗୁପ୍ତା
ରାଜ୍ୟରେ ବରିଷ୍ଠ ଆଇଏଏସ ଅଫିସର ସ୍ତରରେ ଅଦଳବଦଳ । ପରାଗ ଗୁପ୍ତା ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ହୋଇଥିଲାବେଳେ ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ବ ମିଳିଛି । ଅଧିକ ପଢନ୍ତୁ..
ସେହିଭଳି ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭି ମାଥିବାଥନନଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। 2010 ବ୍ୟାଚ ଆଇଏଏସ ମାନସୀ ନିମ୍ଭାଲଙ୍କୁ ଏଗ୍ରିକଲଚୁରାଲ ମାର୍କେଟ ବୋର୍ଡ ସଦସ୍ୟ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। 2014 ବ୍ୟାଚ ଆଇଏଏସ ୟେଦୁଲା ବିଜୟ ହେଲେ ଓରେଡା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ତେବେ କଟକରେ ଏସସିବି ମେଡିକାଲ କଲେଜ ସମେତ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଦାୟିତ୍ୱ ଥିବାରୁ ସିଡିଏ ଅଧ୍ୟକ୍ଷ ଭାବରେ ମାଥିବାଥନନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ଦୀର୍ଘ 6 ବର୍ଷ ଧରି ସେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟ କୌଣସି ଅଧିକାରୀ ଏତେ ସମୟ ଗୋଟିଏ ବିଭାଗରେ ରହିଥିବା ଦୃଷ୍ଟାନ୍ତ ନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ