ଭୁବନେଶ୍ବର: ଫାବିପିରାଭିର ବ୍ୟବହାର ନେଇ ସରକାରୀ ନିୟମ ଜାରି । ଲକ୍ଷଣବିହୀନ କୋଭିଡ ପଜେଟିଭି ଗୃହ ସଙ୍ଗରୋଧରେ ରହି କିଭଳି ଫାବିପିରାଭିର ଔଷଧ ବ୍ୟବହାର କରିବେ ସେ ନେଇ ଶନିବାର ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଫାବିପିରାଭିର ଔଷଧ ବ୍ୟବହାର ପାଇଁ SOP ଜାରି - ଫାବିପିରାଭିର ଔଷଧ ବ୍ୟବହାର ପାଇଁ ଆସିଲା SOP
ଫାବିପିରାଭିର ଔଷଧ ବ୍ୟବହାର ପାଇଁ SOP ଜାରି କଲେ ରାଜ୍ୟ ସରକାର । ଗୃହ ସଙ୍ଗରୋଧରେ ଥିବା କୋରୋନା ଆକ୍ରାନ୍ତ କିଭଳି ବ୍ୟବହାର କରିବେ ସେ ନେଇ ଏକ ତାଲିମ ମଡୁଲ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ..

ଫାବିପିରାଭିର ଔଷଧ ବ୍ୟବହାର ପାଇଁ SOP ଜାରି
ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଗୃହ ସଙ୍ଗରୋଧ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ ଲକ୍ଷଣବିହୀନ କୋଭିଡ ଆକ୍ରାନ୍ତଙ୍କ ଫାବିପିରାଭିର ବ୍ୟବହାର ପାଇଁ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ସ୍ବଇଛାରେ ଲିଖିତ ପତ୍ର ଦେବାକୁ ପଡିବ । ଗୃହ ସଙ୍ଗରୋଧରେ ଥିବା କୋରୋନା ଆକ୍ରାନ୍ତ କିଭଳି ବ୍ୟବହାର କରିବେ ସେ ନେଇ ଏକ ତାଲିମ ମଡୁଲ ପ୍ରସ୍ତୁତ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ