ଓଡିଶା

odisha

By

Published : Jan 21, 2022, 9:15 PM IST

ETV Bharat / city

Republic Day 2022: କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ର ମନ୍ତ୍ରୀ ଓ ଆରଡିସି ଓ ଜିଲ୍ଲାପାଳ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

RepublicDay2022
RepublicDay2022

ଭୁବନେଶ୍ବର:ସାଧାରଣତନ୍ତ୍ର ଦିବସ (Republic Day) ରେ ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ର ମନ୍ତ୍ରୀ ଓ ଆରଡିସି ଓ ଜିଲ୍ଲାପାଳ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ହୋଇଛି ଗାଇଡଲାଇନ । କେବଳ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ହେବ ପରେଡ । ପରେଡରେ ସାମିଲ ହେବେନି ଛାତ୍ରଛାତ୍ରୀ ଓ NCC କ୍ୟାଡେଟ । ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦିବସ ଲାଗି ଗାଇଡ ଲାଇନ ଜାରି କରିଛି ଗୃହ ବିଭାଗ । ସକାଳ 8.30 ପରେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ସାଧାରଣ ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯିବ ନାହିଁ । କୋଭିଡ ଯୋଦ୍ଧାଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ ।

କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

କିଏ କେଉଁଠି କରିବେ ପତାକା ଉତ୍ତୋଳ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ - ସମ୍ବଲପୁର

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ - କଟକ

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ - ନୟାଗଡ

ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ - ମୟୂରଭଞ୍ଜ

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା - ବରଗଡ

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା - ଅନୁଗୁଳ

କୃଷିମନ୍ତ୍ରୀ ଅରୁଣ ସାହୁ - ସୁବର୍ଣ୍ଣପୁର

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି - କେନ୍ଦୁଝର

ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ - ସୁନ୍ଦରଗଡ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ - ନୂଆପଡା

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ - ଗଞ୍ଜାମ

ଜାତି ଏବଂ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା- ମାଲକାନଗିରି

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର - ରାୟଗଡା

ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା - ବାଲେଶ୍ବର

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ - କେନ୍ଦ୍ରାପଡା

ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ - କନ୍ଧମାଳ

ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ - ଜଗତସିଂହପୁର

ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ - ପୁରୀ

ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ - କୋରାପୁଟ

କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା - ନବରଙ୍ଗପୁର

ସେହିପରି ବ୍ରହ୍ମପୁର, ରାଉରକେଲା ଓ ଖୋର୍ଦ୍ଧାରେ ସ୍ଥାନୀୟ ଆରଡିସି ପତାକା ଉତ୍ତୋଳନ କରିବେ ।

ଏହାବାଦ ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେଓଗଡ, ଯାଜପୁର, କଳାହାଣ୍ଡି, ଝାରସୁଗୁଡା, ଢେଙ୍କାନାଳ ଓ ଗଜପତି ଜିଲ୍ଲାରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ପତାକା ଉତ୍ତୋଳନ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details