ଭୁବନେଶ୍ବର: ରାଜ୍ୟ ସରକାର ‘5ଟି’ କଥା କହି ଦେଶ ତଥା ଦେଶ ବାହାରୁ ବାଃ ବାଃ ସାଉଣ୍ଟୁଛନ୍ତି । ଏଥିଲାଗି ସ୍ବତନ୍ତ୍ର ସଚିବ ମଧ୍ୟ ନିଯୁକ୍ତି ଦେଇଛନ୍ତି । ହେଲେ ‘5ଟି’ରେ ଅନ୍ତର୍ଭୁକ୍ତ ଥିବା ଟେକ୍ନୋଲୋଜିରେ ଫେଲ ମାରିଛନ୍ତି ସରକାର । ଯାହା ଓଡିଶାର ସରକାରୀ ପୋଟାର୍ଲ ଦେଖିଲେ ସ୍ପଷ୍ଟ ଜଣାପଡୁଛି ।
ପ୍ରହସନ ପାଲଟିଛି ‘5ଟି’, ଅପଟେଡ୍ ହେଉନି ସରକାରୀ ପୋର୍ଟାଲ ! - ସୁବାଷ ଚନ୍ଦ୍ର ପାଣିଗ୍ରାହୀ
ରାଜ୍ୟ ସରକାର ‘5ଟି’ କଥା କହି ଦେଶ ତଥା ଦେଶ ବାହାରୁ ବାଃ ବାଃ ସାଉଣ୍ଟୁଛନ୍ତି । ହେଲେ ‘5ଟି’ରେ ଅନ୍ତର୍ଭୁକ୍ତ ଥିବା ଟେକ୍ନୋଲୋଜିରେ ଫେଲ ମାରିଛନ୍ତି ସରକାର । ଯାହା ଓଡିଶାର ସରକାରୀ ପୋଟାର୍ଲ ଦେଖିଲେ ସ୍ପଷ୍ଟ ଜଣାପଡୁଛି ।
ପ୍ରହସନ ପାଲଟିଛି ‘5ଟି’, ଅପଟେଡ୍ ହେଉନି ସରକାରୀ ପୋର୍ଟାଲ !
ବିଧାୟକଙ୍କ ନାମ ଜାଣିବା ଲାଗି ପୋର୍ଟାଲର ବିଧାନସଭା ସେକ୍ସନରେ ଥିବା ଜିଲ୍ଲାସ୍ତରର ବିଧାନସଭା କ୍ଷେତ୍ରରେ ଖୋଜିଲେ ତାହା ଅପଡେଟ ହୋଇନଥିବା ଦେଖିବାକୁ ମିଳିଛି । ଦେବଗଡ ଜିଲ୍ଲାରେ ଦେବଗଡ ବିଧାୟକଙ୍କ ନାମ ଖୋଜିଲେ ସେଥିରେ ନିତୀଶ ଗଙ୍ଗଦେବ ବୋଲି ନଜର ଆସୁଛି । ହେଲେ 2019 ମସିହାରୁ ନିତୀଶ ଗଙ୍ଗଦେବ ସମ୍ବଲପୁରର ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ ବର୍ତ୍ତମାନ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଦେବଗଡର ବିଧାୟକ ଅଛନ୍ତି ।