ଭୁବନେଶ୍ବର: ରାଜ୍ୟ ସରକାର 12 ହଜାର କୋଟି ଟଙ୍କା ଋଣ କରିବେ । ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ(OMBADC) ଓ କାମ୍ପା ପାଣ୍ଠିରୁ ଏହି ଅର୍ଥ କରଜ ଆକାରରେ ଆଣିବେ ରାଜ୍ୟ ସରକାର । ରିଜର୍ଭ ବ୍ୟାଙ୍କରେ ଜମା ଥିବା ଏହି ଅର୍ଥ ରାଶି ବ୍ୟବହାର ନ ହୋଇ ପଡିରହିଛି । ଏନେଇ ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ଏନେଇ ରିଜର୍ଭ ବ୍ୟାଙ୍କର ଅନୁମତି ଲୋଡ଼ିବା ସହିତ ଅଡିଟର ଜେନେରାଲ ଓ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ତଥା ନିଗମର ଖର୍ଚ୍ଚ ସଂକ୍ରାନ୍ତିୟ କମିଟିର ଅନୁଧ୍ୟାନ କରୁଥବା ଅନଙ୍ଗ ପଟ୍ଟନାୟକଙ୍କ ଅନୁମତି ଲୋଡାଯାଇଛି । ସେପଟେ ପରିବେଶ ଆଇନ ଉଲଂଘନ କରିଥିବା ଖଣି ମାଳିକଙ୍କଠାରୁ ଆଦାୟ ହୋଇଥିବା ପାଣ୍ଠିକୁ ନିଗମ ଗଠନ କରାଯାଇ ସଂଗ୍ରହ କରାଯାଇଛି । ଯାହାକି ଖଣି ଖନନ ଦ୍ବାରା ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେବା କଥା । ହେଲେ ତାହା ହୋଇ ପାରୁନାହିଁ ।