ଓଡିଶା

odisha

ETV Bharat / city

ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି; ନଦୀର ଜଳସ୍ତର ଉପରେ ସରକାରଙ୍କ ନଜର - ପିକେ ଜେନା

ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏଣୁ ନଦୀର ଜଳସ୍ତର ଉପରେ ସରକାରଙ୍କ ନଜର ରହିଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପିକେ ଜେନା । ଅଧିକ ପଢନ୍ତୁ...

ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି; ନଦୀର ଜଳସ୍ତର ଉପରେ ସରକାରଙ୍କ ନଜର
ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି; ନଦୀର ଜଳସ୍ତର ଉପରେ ସରକାରଙ୍କ ନଜର

By

Published : Sep 14, 2021, 3:55 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଛି । ଏଣୁ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ଆଶଙ୍କା । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ବୈଠକ ନେଇଛନ୍ତି SRC । ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଏସଆରସି ।

ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି; ନଦୀର ଜଳସ୍ତର ଉପରେ ସରକାରଙ୍କ ନଜର

ଏସଆରସି କହିଛନ୍ତି ଯେ, 10ଟି ଜିଲ୍ଲାରେ 200 ମିଲିମିଟର ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲାରେ ସ୍ବାଭାବିକଠୁ ଅଧିକ ବର୍ଷା ହୋଇଛି । ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବିରମହାରାଜପୁରରେ 500 ମିଲିମିଟର ଉପରେ ବର୍ଷା ହୋଇଛି । 6ଟି ବ୍ଲକରେ 400 ମିଲିମିଟର ଉପରେ ବର୍ଷା ହୋଇଛି । 56ଟି ବ୍ଲକରେ 200ରୁ 300 ମିଲିମିଟର ବର୍ଷା ହୋଇଛି । କମ ସମୟରେ ଏତେ ବର୍ଷା ହେଲେ ନଦୀରେ ବନ୍ୟା ନ ଆସିଲେ ବି ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ହେବ । ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଛି । ଭୁବନେଶ୍ବର, କଟକ, ବଲାଙ୍ଗୀର, ଭଦ୍ରକ ଭଳି କିଛି ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିଛି ।

28 ଜିଲ୍ଲାପାଳଙ୍କ ସହ ସ୍ବତନ୍ତ୍ର ରିଲିଫ କମିଶନର ବ୍ୟକ୍ତିଗତ ଭାବେ ଆଜି(ମଙ୍ଗଳବାର) ସକାଳେ କଥା ହୋଇଛନ୍ତି । ଅଳ୍ପ କିଛି ଜାଗାରେ ଘର ଭାଙ୍ଗିଛି । ଗତକାଲି ସୁଦ୍ଧା 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣଙ୍କର ଜୀବନ ଯାଇଛି । ସେପଟେ ଯେଉଁଠି ପାଣି ଜମିଛି ସେଠି ଚାଷର କ୍ଷୟକ୍ଷତି ସମ୍ପର୍କରେ ନଜର ରଖି ରିପୋର୍ଟ ଦେବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ସ୍ଥାନରେ ଘାଇ ହୋଇଥିଲା ତାକୁ ମଧ୍ୟ ମରାମତି କରଯାଉଛି । ଯାହା ବର୍ଷା ହେବ ଆଜି ରାତି ସୁଦ୍ଧା ପଶ୍ଚିମ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ବୈତରଣୀକୁ ଆଲର୍ଟରେ ରଖାଯାଇଛି । ବ୍ରାହ୍ମଣୀ ଉପରେ ବି ନଜର ରହିଛି ବୋଲି ସେ କହିଛନ୍ତି ।

ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା କରାଯାଉଛି । ତେଣୁ ହୀରାକୁଦରେ ଜଳସ୍ତର ବଢ଼ିପାରେ । ତାକୁ ଦୃଷ୍ଟିରେ ରଖି ହୀରାକୁଦର 6ରୁ 7ଟି ଗେଟ ଖୋଲା ଯାଇପାରେ । କଟକ ମଣ୍ଡୁଳି ଦେଇ 5 ଲକ୍ଷ 6 ଲକ୍ଷ କ୍ୟୁସେକ ପାଣି ପାସ କରାଇ ଦେଲେ ଆମର ବନ୍ୟା ସ୍ଥିତି ଉପଜିବ ନାହିଁ । ଯଦି ଅଧିକ ପାଣି ଆସେ ତେବେ ଆମକୁ ଅଧିକ ଗେଟ ଖୋଲିବାକୁ ପଡ଼ିବ । ତେବେ ମହାନଦୀରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ । ସମସ୍ତ ବିଭାଗ ମାନଙ୍କୁ ୨ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପିକେ ଜେନା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details