ଓଡିଶା

odisha

ରାଜ୍ୟରେ ଖାଲି ଶିକ୍ଷକ ପଦବୀ, ପ୍ରକାଶ ପାଇଲା 7 ହଜାର ନିଯୁକ୍ତି ବିଜ୍ଞପ୍ତି

By

Published : Dec 13, 2021, 2:01 PM IST

Updated : Dec 13, 2021, 2:31 PM IST

ରାଜ୍ୟରେ 11 ହଜାର ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ସରକାର 7 ହଜାର ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟରେ ଖାଲି ଶିକ୍ଷକ ପଦବୀ, ପ୍ରକାଶ ପାଇଲା 7 ହଜାର ନିଯୁକ୍ତି ବିଜ୍ଞପ୍ତି
ରାଜ୍ୟରେ ଖାଲି ଶିକ୍ଷକ ପଦବୀ, ପ୍ରକାଶ ପାଇଲା 7 ହଜାର ନିଯୁକ୍ତି ବିଜ୍ଞପ୍ତି

ଭୁବନେଶ୍ବର: ରାଜ୍ୟରେ 11 ହଜାର ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ରାଜ୍ୟ ସରକାର ଏକା ଥରକେ 7 ହଜାର ଶିକ୍ଷକଙ୍କ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବାକି 4 ହଜାର ପଦବୀ ପାଇଁ ଚଳିତ ମାସ ଶେଷରେ ସୁଦ୍ଧା ପୁନର୍ବାର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

ଡିସେମ୍ବର ମାସ ମଧ୍ୟରେ16 ହଜାର ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏବେ 11 ହଜାର 400 ନିଯୁକ୍ତି ବିଜ୍ଞପ୍ତି ବାହାରିଥିଲା । ଯେଉଁ ଥରେ 7 ହଜାର ଶିକ୍ଷକ ନିଯୁକ୍ତି ପାଇଛନ୍ତି । ବାକି 4 ହଜାର ପାଇପାରିଲେ ନାହିଁ। ଏଥିଲାଗି ପୁନର୍ବାର ଏକ ସପ୍ତାହ ମଧ୍ୟରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବ। ସରକାର ଭାରତରେ ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ରାଜ୍ୟରେ ଖାଲି ଶିକ୍ଷକ ପଦବୀ, ପ୍ରକାଶ ପାଇଲା 7 ହଜାର ନିଯୁକ୍ତି ବିଜ୍ଞପ୍ତି

5ଟି ସ୍କୁଲ ରୂପାନ୍ତରିତ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯିବ। କେଉଁ ସ୍କୁଲରେ କେତେ ପଦବୀ ଖାଲି ରହିଛି ତାହା DEO ଏବଂ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 16 ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ।

ଗୋଟିଏ ପଟେ ସ୍କୁଲ ଭିତ୍ତିଭୂମି ସୃଦୃଢ ହେଉଥିବାବେଳେ ଅନ୍ୟପଟେ ପ୍ରଥମ ଥର ଲାଗି ଓଡି଼ଶା ଶିକ୍ଷା ଇତିହାସରେ ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷେପ ନେଇଛନ୍ତି । ଯେଉଁ ବିଦ୍ୟାଳୟ ଗୁଡିକରେ ହିନ୍ଦୀ ସଂସ୍କୃତ ପିଇଟି ଟିଜିଟି ଆର୍ଟସ ସାଇନ୍ସ ଶିକ୍ଷକ ପଦବୀ ଖାଲି ରହିଛି ତାହାର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 13, 2021, 2:31 PM IST

ABOUT THE AUTHOR

...view details