ଭୁବନେଶ୍ବର: ସମ୍ଭାବ୍ୟ 3ୟ ଲହରକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ ପ୍ରସ୍ତୁତ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 ହଜାର ବେଡ ପ୍ରସ୍ତୁତ କରାଯାଇ ରଖାଯାଇଛି । ସମସ୍ତ 4500 ଡାକ୍ତର ଓ ନର୍ସଙ୍କ ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର ।
ଆହୁରି ମଧ୍ୟ ACS କହିଛନ୍ତି, ଏପର୍ଯ୍ୟନ୍ତ ଛୋଟ ପିଲାଙ୍କ ପାଇଁ ଟିକା ଆସିନାହିଁ । କେନ୍ଦ୍ର ସରକାର ଯେବେ ଟିକା ପଠାଇବେ ରାଜ୍ୟରେ ଆମେ ଟୀକାକରଣ ଆରମ୍ଭ କରିଦେବୁ। ବର୍ତ୍ତମାନ ପ୍ରତିଦିନ ସାଢ଼େ ୩ ଲକ୍ଷ ଲୋକ କେମିତି ଭାକ୍ସିନ ନେବେ ତାହା ହିଁ ସରକାରଙ୍କ ପ୍ରାଥମିକତା । ପ୍ରତି ଜିଲ୍ଲାରେ ଯେତେ ଅଧିକ ଲୋକ ଟିକା ନେଇପାରିବେ, ସେଥିପାଇଁ ସମସ୍ତ ଜିଲାକୁ ନିର୍ଦ୍ଦେଶ ରହିଛି । ଟିକା ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ କହିଛନ୍ତି ପ୍ରଦୀପ୍ତ ।