ଓଡିଶା

odisha

ETV Bharat / city

ସରିଲା ବୈଠକ: ଧାନର କ୍ବିଣ୍ଟାଲ ପିଛା 1815 ଟଙ୍କା ମୂଲ୍ୟ ଧାର୍ଯ୍ୟ - SHGଙ୍କୁ ଧାନ ସଂଗ୍ରହରେ ସାମିଲ

ରବି ଓ ଖରିଫ ଧାନ କିଣାକୁ ନେଇ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଏବର୍ଷ 60 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ। କ୍ବିଣ୍ଟାଲ ପିଛା 1815 ଟଙ୍କା ଧାର୍ଯ୍ୟ । ସବୁ ଜିଲ୍ଲାରେ ଓଡିଶା ଯୋଗାଣ ନିଗମ ପକ୍ଷରୁ ଧାନ ସଂଗ୍ରହ। ଅଧିକ ସଂଖ୍ୟକ ମହିଳା SHGଙ୍କୁ ଧାନ ସଂଗ୍ରହରେ ସାମିଲ ନିଷ୍ପତ୍ତି । ଚାଷୀଙ୍କ ବ୍ୟାଙ୍କ ଖାତାକୁ 48 ଘଣ୍ଟାରେ ସିଧାସଳଖ ଧାନ ବିକ୍ରି ଟଙ୍କା ପହଞ୍ଚିବ। ଅଧିକ ଖବର ପଢନ୍ତୁ...

ସରିଲା ବୈଠକ:ଧାନର କ୍ବିଇଣ୍ଟାଲ ପିଛା 1815 ଟଙ୍କା ମୂଲ୍ୟ ଧାର୍ଯ୍ୟ

By

Published : Oct 30, 2019, 9:59 PM IST

ଭୁବନେଶ୍ବର: ରବି ଓ ଖରିଫ ଧାନ କ୍ରୟକୁ ନେଇ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ମୁଖ୍ୟ ଶାସନସଚିବଙ୍କ ଅଧକ୍ଷତାରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ 60 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ନଭେମ୍ବର 1ରୁ ମାର୍ଚ୍ଚ 31 ପର୍ଯନ୍ତ ଏହି କ୍ରୟ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ଧାନର କ୍ବିଣ୍ଟାଲ ପିଛା 1815 ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବ।

ଏନେଇ କ୍ୟାବିନେଟରେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ୨୦୧୯-୨୦ ଖରିଫ ବର୍ଷ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଚଳିତ ଖରିଫ ବର୍ଷରେ ୬୦ ଲକ୍ଷ ମେଟ୍ରିକ ଟନ ଧାନ ବା ୪୧ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସରିଲା ବୈଠକ:ଧାନର କ୍ବିଇଣ୍ଟାଲ ପିଛା 1815 ଟଙ୍କା ମୂଲ୍ୟ ଧାର୍ଯ୍ୟ


ଏନେଇ ସବୁ ଜିଲ୍ଲାରେ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଧାନ ସଂଗ୍ରହ କରାଯିବ। ତେବେ ଚାଉଳ ବଳକା ଜିଲ୍ଲାରେ ଅନ୍ୟ ସଂଗ୍ରହକାରୀ ସଂସ୍ଥାକୁ ମଧ୍ୟ ନିୟୋଜିତ କରାଯିବ। ଚଳିତ ଖରିଫ ବିପଣନ ବର୍ଷରେ ଅଧିକ ସଂଖ୍ୟକ ମହିଳା ଏସଏଚଜିକୁ ଧାନ ସଂଗ୍ରହରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଟଙ୍କା ପଠାଇବାକୁ ଯୋଜନା କରାଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details