ଓଡିଶା

odisha

By

Published : Nov 4, 2020, 8:57 PM IST

ETV Bharat / city

ଶୀତଦିନେ ସଂକ୍ରମଣ ଭୟ ଅଧିକ, ଏସବୁ ସତର୍କତା ମାନିବାକୁ ପରାମର୍ଶ ଦେଲେ ଡାକ୍ତର

କୋରୋନା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । କର ହସ୍ପିଟାଲ ଡାକ୍ତର ନୀରଜ ମିଶ୍ର ରାଜ୍ୟବାସୀଙ୍କୁ କେତେକ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟସରକାରଙ୍କ ପକ୍ଷରୁ କୋରୋନା ସଚେତନତା ବାର୍ତ୍ତା
ରାଜ୍ୟସରକାରଙ୍କ ପକ୍ଷରୁ କୋରୋନା ସଚେତନତା ବାର୍ତ୍ତା

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି(ବୁଧବାର) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପ୍ରେସ ବିଜ୍ଞପ୍ତିରେ ଡାକ୍ତର ନୀରଜ ମିଶ୍ର କୋରୋନାରୁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଶୀତଦିନରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟବାସୀଙ୍କୁ ସେ ସତର୍କ ରହିବାକୁ କହିଛନ୍ତି ।

ରାଜ୍ୟସରକାରଙ୍କ ପକ୍ଷରୁ କୋରୋନା ସଚେତନତା ବାର୍ତ୍ତା

ଡାକ୍ତର ନୀରଜଙ୍କ ସୂଚନା ଅନୁଯାୟୀ ରାଜ୍ୟରେ 18 ରୁ 35 ବର୍ଷର ଲୋକେ ଅଧିକ ସଂକ୍ରମଣ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ମୋଟା ବ୍ୟକ୍ତିମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି, ଶୀତଦିନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଅଧିକ ସଂକ୍ରମଣର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

ତେଣୁ କଳକାରଖାନାରେ କାମ କରୁଥିବା ଲୋକଙ୍କୁ କି କି ପଦକ୍ଷେପ ନେବା ଉଚିତ୍ ସେବାବଦରେ ଆଲୋଚନା କରିଛନ୍ତି ଡାକ୍ତର ନୀରଜ । ସେ କହିଛନ୍ତି ଯେ, କଳକାରଖାନାରେ କାମ କରୁଥିବା ବ୍ୟକ୍ତି ସବୁବେଳେ ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା, ଗରମପାଣିରେ ଡ୍ରେସ ସଫା କରିବା ସହ ପ୍ରତ୍ୟେକ ସମୟରେ ଯତ୍ନବାନ ରହି କୋରୋନା ନିୟମକୁ ମାନିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନୀରଜ ।

ସେହିପରି ଡାକ୍ତର ନୀରଜ କହିଛନ୍ତି ଯେ ସୁସ୍ଥହେବା ପରେ 7 ରୁ 10 ଭାଗ ରୋଗୀ ପୁଣିଥରେ ସଂକ୍ରମିତ ହେଉଥିବା ନେଇ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲ ଡାକ୍ତର ମାନସ ନାୟକ ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରେ ଶରୀର ଦୁର୍ବଳ ହେବା, ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଲାଗିବା, ଭୋକ ନ ଲାଗିବା, ଗୋଡହାତ ବଥାଲାଗିବା, ମାନସିକ ଅସ୍ଥିରତା ଆଦି ଲକ୍ଷଣ ନଜର ଆସୁଛି ସେ କହିଛନ୍ତି। ତେଣୁ ବର୍ତ୍ତମାନ ସମୟରେ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର ନୀରଜ ଏବଂ ମାନସ ।

ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details