ଓଡିଶା

odisha

ETV Bharat / city

କ୍ୟାବିନେଟର ବଡ ନିଷ୍ପତ୍ତି: ବିଶୁଦ୍ଧ ପାନୀୟ ଜଳ ପାଇଁ ୧୫୫୦ କୋଟିର ପ୍ରକଳ୍ପ

କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ୧୫୫୦ କୋଟିର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

By

Published : Jul 17, 2021, 10:29 PM IST

Updated : Jul 17, 2021, 11:05 PM IST

Odisha government, drinking water projects, drinking water projects worth Rs 1,550 crore, ବିଶୁଦ୍ଧ ପାନୀୟ ଜଳ, ୧୫୫୦ କୋଟିର ପ୍ରକଳ୍ପ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ସୁନ୍ଦରଗଡ଼, କେନ୍ଦୁଝର, କଟକ, ଯୋଡ଼ା, ଚମ୍ପୁଆ
ବିଶୁଦ୍ଧ ପାନୀୟ ଜଳ ପାଇଁ ୧୫୫୦ କୋଟିର ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ୧୫୫୦ କୋଟିର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ସୁନ୍ଦରଗଡ଼, କେନ୍ଦୁଝର ଓ କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଏହି ଯୋଜନା ମାଧ୍ୟମରେ ଯୋଗାଇ ଦିଆଯିବ । ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ।

କ୍ୟାବିନେଟର ବଡ ନିଷ୍ପତ୍ତି: ବିଶୁଦ୍ଧ ପାନୀୟ ଜଳ ପାଇଁ ୧୫୫୦ କୋଟିର ପ୍ରକଳ୍ପ

ରାଜ୍ୟ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, କେବଳ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୧୭୫ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ ଦ୍ବାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରାୟ ୬.୪୦ ଲକ୍ଷ ଲୋକ ଉପକୃତ ହେବେ ।

ଏହାସହ କଟକ ଜିଲ୍ଲାର ୨.୬୧ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ୨୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପକୁ କେନ୍ଦ୍ର ଜଳ ଜୀବନ ମିଶନ ମାଧ୍ୟରେ ପାଣ୍ଠି ପ୍ରଦାନ କରାଯିବ ।

‘‘କାର୍ଯ୍ୟ ଆରମ୍ଭ ହେବାର ୨୪ ମାସ ମଧ୍ୟରେ ଏହି ଦୁଇ ବୃହତ ପ୍ରକଳ୍ପକୁ ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ମୁମ୍ବାଇର ଏକ ଏଜେନ୍ସିକୁ ଏହି କାର୍ଯ୍ୟଭାର ଦିଆଯାଇଛି,’’ ବୋଲି କହିଛନ୍ତି ମନ୍ତ୍ରୀ ଜେନା ।

କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆ ସହରବାସୀଙ୍କ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କ୍ୟାବିନେଟ୍ ବୈଠକରେ ୧୦୩.୮୫୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଅଗଷ୍ଟ ୨୦୨୩ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 17, 2021, 11:05 PM IST

ABOUT THE AUTHOR

...view details