ଓଡିଶା

odisha

ETV Bharat / city

କଠୋର ହେଲା ନିୟମ: ଦୋକାନରେ ଖୁଲମଖୁଲା ଝୁଲାଇ ପାରିବେନି ମାଂସ - ମାଛ ଓ ମାଂସ ମାର୍କେଟ

ରାଜଧାନୀରେ ଫୁଡ ସେଫଟି ଟିମର ଚଢାଉ। ୟୁନିଟ ୪ରେ ଥିବା ମାଛ ଓ ମାଂସ ମାର୍କେଟରେ ଚଢାଉ ହୋଇଛି। ଅଧିକ ଖବର ପଢନ୍ତୁ...

ଖୁଲମଖୁଲା ଝୁଲାଇ ପାରିବେନି ମାଂସ
ଖୁଲମଖୁଲା ଝୁଲାଇ ପାରିବେନି ମାଂସ

By

Published : Dec 4, 2019, 2:15 PM IST

ଭୁବନେଶ୍ବର: ରାଜଧାନୀରେ ଫୁଡ ସେଫଟି ଟିମର ଚଢାଉ । ୟୁନିଟ ୪ରେ ଥିବା ମାଛ ଓ ମାଂସ ମାର୍କେଟରେ ଚଢାଉ ହୋଇଛି । ମାଛରେ ଫର୍ମାଲିନ ବ୍ୟବହାର ହେଉଛି କି ନାହିଁ ସେ ଦିଗରେ ଯାଞ୍ଚ ହେବା ସହ କିଛି ନମୁନା ଟେଷ୍ଟ ପାଇଁ ସଂଗ୍ରହ କରାଯାଇଛି ।

ତେବେ ମାଂସ ମାର୍କେଟରେ ମାଛି ଭଣଭଣ ହେଉଥିବା ସ୍ଥାନମାନଙ୍କରେ ଜାଲି ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ସଫାସୁତୁରା ରଖିବା ବିଶେଷ କରି ମଟନ ମାର୍କେଟରେ କଡା ନିର୍ଦ୍ଦେଶ ଦେଇଛନ୍ତି ଫୁଡ ସେଫଟି ଅଫିସର ।

ଖୁଲମଖୁଲା ଝୁଲାଇ ପାରିବେନି ମାଂସ

ଏଣିକି ମାଂସ ଦୋକାନରେ ଛେଳି ମାଂସ ଝୁଲେଇକି ବିକ୍ରି କରିପାରିବେ ନାହିଁ। ଯାହାକୁ ନେଇ ସମସ୍ତ ବ୍ୟବସାୟୀଙ୍କୁ ଅବଗତ କରାଯାଇଛି । ତେବେ ୟୁନିଟ ୪ ମାଛ ମାର୍କେଟ ରାଜଧାନୀର ଏକ ପ୍ରମୁଖ ମାର୍କେଟ ।ଯେଉଁଠି ରାଜଧାନୀର ୫୦ ପ୍ରତିଶତ ଲୋକ ଓ ବ୍ୟବସାୟୀକ ଅନୁଷ୍ଠାନ ମାଛ କିମ୍ବା ମାଂସ ସହ ନେବା ପାଇଁ ନିର୍ଭର କରିଥାନ୍ତି। ଯାହାକୁ ନେଇ ସୁରକ୍ଷା, ନିରାପତ୍ତା ଓ ସ୍ବଚ୍ଛତା ଦୃଷ୍ଟିରୁ ସମସ୍ତ ଦିଗକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details