ଓଡିଶା

odisha

ETV Bharat / city

ଓଡିଶା ଏଫସିର ଜର୍ସି ଉନ୍ମୋଚିତ, ISL ସିଜିନ୍‌ ୬ ଖେଳିବ ଟିମ୍ - ଓଡି଼ଶା ଏଫସି

ଉନ୍ମୋଚିତ ହେଲା ଓଡ଼ିଶା ଫୁଟବଲ କ୍ଲବର ହୋମ ଓ ଆୱେ କିଟ । ଓଡ଼ିଶାର ଯୁବବର୍ଗଙ୍କୁ ଫୁଟବଲ ଖେଳର ଜାତୀୟ ସ୍ତରରେ ପହଞ୍ଚାଇବା ଓ ଫୁଟବଲକୁ ଓଡିଶାରେ ଅଧିକ ଲୋକପ୍ରିୟ କରିବା ପାଇଁ ଲକ୍ଷ୍ୟ ରଖିଛି ଓଡିଶା ଏଫସି । ଅଧିକ ପଢ଼ନ୍ତୁ...

ଓଡି଼ଶା ଏଫସିର କିଟ ଉନ୍ମୋଚିତ

By

Published : Oct 16, 2019, 9:53 PM IST

ଭୁବନେଶ୍ବର: ରାଜଧାନୀର ଏକ ସ୍ଥାନୀୟ ହୋଟେଲରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଓଡିଶା ଫୁଟବଲ କ୍ଲବର କିଟ ଉନ୍ମୋଚିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣ ଯୋଗ ଦେଇ ଓଡିଶା ଏଫସିର ଜର୍ସି ଉନ୍ମୋଚନ କରିଛନ୍ତି । ଏପଟେ ଓଡ଼ିଶାର ଯୁବବର୍ଗଙ୍କୁ ଫୁଟବଲ ଖେଳର ଜାତୀୟ ସ୍ତରରେ ପହଞ୍ଚାଇବା ଓ ଫୁଟବଲକୁ ଓଡିଶାରେ ଅଧିକ ଲୋକପ୍ରିୟ କରିବା ଓଡିଶା ଏଫସିର ଲକ୍ଷ୍ୟ ବୋଲି କହିଛନ୍ତି ଓଡିଶା ଏଫସିର ନିର୍ଦ୍ଦେଶକ ରୋହନ ଶର୍ମା।

ଓଡି଼ଶା ଏଫସିର କିଟ ଉନ୍ମୋଚିତ

କିଟ ଉନ୍ମୋଚନ ହେବା ପୂର୍ବରୁ ପ୍ରଥମେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ ଯଥା ଯୋଡ଼ା ଶଙ୍ଖ ବାଦନ ଓ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଟିମ ସିଇଓ ଆଶିଷ ଶାହ, ନିର୍ଦ୍ଦେଶକ ରୋହନ ଶର୍ମା ରାଜ୍ୟ କ୍ରୀଡା ବିଭାଗ ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣାଙ୍କ ଦ୍ବାରା କିଟ ଉନ୍ମୋଚିତ ହୋଇଥିଲା।


ରାଜ୍ୟରେ ଖେଳ ପ୍ରତି ଯୁବପୀଢ଼ିଙ୍କ ଆଗ୍ରହ ଓ ଅଙ୍ଗୀକାରବଦ୍ଧତା ରହିଛି । ଯାହାକୁ ଦଳ ପକ୍ଷରୁ ପ୍ରୋତ୍ସାହନ ଦିଆଯାଇ ଅଧିକରୁ ଅଧିକ ଜାତୀୟସ୍ତରର ଖେଳାଳି ପ୍ରସ୍ତୁତ କରିବା ଲକ୍ଷ୍ୟ ରଖାଯାଇଥିବା ଟିମର ନିର୍ଦ୍ଦେଶକ ରୋହନ ଶର୍ମା ପ୍ରକାଶ କରିଛନ୍ତି ।

ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ଯୁବକ ଅଙ୍କିତ ଭୂୟାଁ ଓ ଶୁଭମ ଷଢଙ୍ଗୀଙ୍କ ମଧ୍ୟରୁ ଶୁଭମ ଓଡ଼ିଶାର ଏକ ଫୁଟବଲ ଟିମ ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଆଉ ସେ ଟିମର ସଦସ୍ୟ ହୋଇଥିବା ବେଳେ ଆହୁରି ଓଡ଼ିଆ ଯୁବକ ତାଙ୍କ ପ୍ରତିଭା ବଳରେ ଏଥିରେ ସ୍ଥାନ ପାଇଁ ପାରିବେ ବୋଲି କହିଛନ୍ତି । ଖୁବ ଶୀଘ୍ର ଆଇଏସଏଲର ନୂଆ ସିଜନ ଆରମ୍ଭ କରିବାକୁ ଯାଉଛି । ତେବେ ବିଜୟରୁ ଅଭିଯାନ ଆରମ୍ଭ କରିବା ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details