ଭୁବନେଶ୍ବର: ରାଜ୍ୟରେ ବନ୍ୟା ବିଭୀଷିକାରେ ସାମାନ୍ୟ ସୁଧାର ଆସିଛି । ଏପଟେ ଆସିଲା ବନ୍ୟାରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ। ବନ୍ୟାରେ ରାଜ୍ୟରେ ମୋଟ 17 ଜଣଙ୍କ ଜୀବନ ଯାଇଥିବାବେଳେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି । ବନ୍ୟାରେ 10,382 ଘର ନଷ୍ଟ ହୋଇଛି । ଏହାସହ 1 ଲକ୍ଷ 68 ହଜାର 904 ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।
ଏହାବାଦ ବନ୍ୟାରେ 340 ଗାଁ ଜଳବନ୍ଦୀରେ ରହିଥିବାବେଳେ ମୋଟ 14 ଲକ୍ଷ 32 ହଜାର 721 ଲୋକ ପ୍ରଭାବିତ ହୋଇଛନ୍ତି । 112 ବ୍ଲକ, 896 ପଞ୍ଚାୟତ ଓ 3,256 ଗାଁ ପ୍ରଭାବିତ ହୋଇଛି । ଏହାସହ 21 ସହରାଞ୍ଚଳରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛ। 75 ୱାର୍ଡରେ ପ୍ରଭାବ ପଡିଛି ।
ଚଳିତ ବନ୍ୟାରେ ମୋଟ 14 ଲକ୍ଷ 32 ହଜାର 721 ଲୋକ ପ୍ରଭାବିତ ହୋଇଛନ୍ତି । 2 ଲକ୍ଷ 65 ହଜାର 723 ଲୋକ ଜଳବନ୍ଦୀ ରହିଛନ୍ତି । ଯାହାକୁ ଆଖି ଆଗରେ ରଖି 357 ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇ 57 ହଜାର 824 ଲୋକଙ୍କୁ ଖାଇବା ଯୋଗାଇ ଦିଆଯାଇଛି ।