ଭୁବନେଶ୍ବର:ଚଳିତ ବର୍ଷ ସମସ୍ତଙ୍କ ପାଇଁ ଥିଲା ସଙ୍ଘର୍ଷର ବର୍ଷ । ବାତ୍ୟା ଅମ୍ପାନ ହେଉ କି ମହାମାରୀ କୋରୋନା ସବୁ ପରିସ୍ଥିରେ ଲଢିଛନ୍ତି ଓଡିଶାବାସୀ । ଓଡିଶାବାସୀଙ୍କୁ ସୁରକ୍ଷା ଦେବାରେ ଗୁରୁ ଦାୟତ୍ବ ତୁଲାଇଥିଲା ଓଡିଶା ଅଗ୍ନିଶମ ବିଭାଗ । ଖାଲି ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରେ ବି ଲଢିଥିଲା ଅଗ୍ନିଶମ ବାହିନୀ ।
କୋଭିଡ ମହାମାରୀ ସମୟରେ ରାଜ୍ୟର ୮୧ ହଜାର ୯୭୦ ସ୍ଥାନ,ସରକାରୀ କାର୍ଯ୍ୟାଳୟ, ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ବିଷୋଧନ ଥିଲା ବଡ ଚ୍ୟାଲେଞ୍ଜ । କେବଳ ସେତିକି ନୁହେଁ ୨ଲକ୍ଷ ୨୯ ହଜାର ୫୭୬କେଜି ସୋଡିୟମ ହାଇଡୋକ୍ଲୋରାଇଡ ସିଞ୍ଚନ କରିଥିଲେ ଅଗ୍ନିଶମ ବାହିନୀ । ଏହା ସହ ସେପ୍ଟେମ୍ବର ୨୧ରେ କଟକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡର ସୂଚାରୁ ରୁପେ ଉଦ୍ଧାର ଓ ନିଆଁ ଲିଭାଇଥିଲେ ଅଗ୍ନିଶମ ଦଳ । ଏଥିସହ ସଚେତନ ରହିବା ପାଇଁ ସମସ୍ତ କୋଭିଡ ହସ୍ପିଟାଲରେ ମକଡ୍ରିଲ ଜରିଆରେ ସଚେତନ କରାଇଥିଲେ ।
2020ରେ ସଙ୍ଘର୍ଷ କରିଛି ଓଡିଶା ଅଗ୍ନିଶମ ବାହୀନି ଲୋକଙ୍କ ସୁବିଧା ନିମନ୍ତେ ୫ଟି ବ୍ୟବସ୍ଥାରେ ଜୁଲାଇ ୩୦ରେ ଅଗ୍ନିସେବା ନାମରେ ୱେବ ପୋର୍ଟାଲ ଆରମ୍ଭ ହୋଇଥିଲା। ଯାହା ଫାୟାର ସେଫଟି ସାର୍ଟିଫିକେଟ ନେବାରେ ସହାୟକ ହେବ। ଶିଳ୍ପ ବିଭାଗ ଦ୍ବାରା ପରିଚାଳିତ ଗୋ ସୁଇଫ୍ଟ ,ସିଙ୍ଗିଲ ୱିଣ୍ଡୋ ପ୍ରଦାନ କରୁଥିବା ଓଡିଶା ୱାନ ,ବିଡିଏ ବିଏମସିର ଯୋଡାଯାଇ ଲୋକଙ୍କୁ ତ୍ବରିତ ସେବା ଯୋଗାଇ ଦିଆଯାଇଥିଲା। ଖାଲି ସେତିକି ନୁହେଁ ରାଜ୍ୟ ବାହାରେ ବି ଅଗ୍ନିଶମ ସେବା ଯୋଗାଇ ଦେଇଛି । ପଶ୍ଚିମବଙ୍ଗରେ ଅମ୍ଫାନ ସମୟରେ ଓଡିଶା ଅଗ୍ନିଶମ ଟିମ ଅମ୍ପାନ ସ୍ଥିତିକୁ ମୁକାବିଲା କରି ସାଉଣ୍ଟିଥିଲା ପ୍ରଶଂସା । ଏପରିକି ରାଜ୍ୟକୁ ଫେରିବା ପରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ ।
ତେବେ ୨୦୨୧ ଓଡିଶା ଅଗ୍ନିଶମ ପାଇଁ ଏକ ନୁଆ ଆହ୍ବାନ ହେବ ବୋଲି କହିଛନ୍ତି ଅଗ୍ନିଶମ ଡିଜି । ସେ ଆହୁରି କହିଛନ୍ତି ଆଗାମି ବର୍ଷ ନୂଆ ଜ୍ଞାନ କୌଶଳରେ ଅଗ୍ନିଶମ ସେବା ଯଥା ରୋବୋ ଫାୟାର ଫାଇଟି ପାଇଁ ମଧ୍ୟ ଯୋଜନା ରହିଛି। ତେବେ ସାରା ଦେଶରେ ଏକ ବିଶ୍ବାସ ଯୋଗ୍ୟ ପ୍ରତିଷ୍ଠାନର ସେବା ଯୋଗାଇବାର ଭରଷା ଅତୁଟ ରଖିବାକୁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ