ଓଡିଶା

odisha

ପଡ଼ିଆରେ ପୁଅ; ଗ୍ୟାଲେରୀରେ ପରିବାରର ଚିୟର ଅପ

By

Published : Dec 28, 2019, 3:21 AM IST

ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷର ପ୍ରଥମ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଘରୋଇ ଓଡିଶା ଦଳ ପ୍ରତିପକ୍ଷ ଜାମସେଦପୁର କୁ 2-1 ଗୋଲ ରେ ପରାସ୍ତ କରି ବିଜୟ ଲାଭ କରିଛି । ତେବେ ଦଳରେ ଥିବା ଖେଳାଳି ଶୁଭମଙ୍କ ପୁରା ପରବାର ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା । ଅଧିକ ଖବର ପଢନ୍ତୁ...

ପଡ଼ିଆରେ ପୁଅ; ଗ୍ୟାଲେରୀରେ ପରିବାରର ଚିୟର ଅପ
ପଡ଼ିଆରେ ପୁଅ; ଗ୍ୟାଲେରୀରେ ପରିବାରର ଚିୟର ଅପ

ଭୁବନେଶ୍ବର: ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷର ପ୍ରଥମ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଘରୋଇ ଓଡିଶା ଦଳ ପ୍ରତିପକ୍ଷ ଜାମସେଦପୁର କୁ 2-1 ଗୋଲ ରେ ପରାସ୍ତ କରି ବିଜୟ ଲାଭ କରିଛି । ଏହି ମ୍ୟାଚ ରେ ଓଡିଶା ଦଳକୁ ସମର୍ଥନ କରିବାପାଇଁ 9ହଜାର ରୁ ଊର୍ଦ୍ଧ୍ବ ଦର୍ଶକ ତଥା ଖେଳ ପ୍ରେମୀ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ତେବେ ଏହି ପ୍ରତିଯୋଗିତାରେ ତଥା ଓଡିଶା ଟିମରେ ଖେଳୁଥିବା ଓଡ଼ିଆ ପୁଅ ଶୁଭମଙ୍କୁ ଚିଅର ଅପ କରିବା ସହ ଓଡିଶା ଏଫସି ଦଳକୁ ସମର୍ଥନ କରିବା ପାଇଁ ଶୁଭମଙ୍କ ପୁରା ପରବାର ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା ।

ପଡ଼ିଆରେ ପୁଅ; ଗ୍ୟାଲେରୀରେ ପରିବାରର ଚିୟର ଅପ

ନିଜର କାର୍ଯ୍ୟ ପାଇଁ ଦିଲ୍ଲୀରେ ରହୁଥିବା ଶୁଭମଙ୍କ ବାପାଙ୍କ ସମେତ ମାମୁଁ ,ମାଈଁ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ପାଖାପାଖି 29 ଜଣ ସଦସ୍ୟ ଷ୍ଟାଡିୟମରେ ଏକାଠି ହୋଇ ଶୁଭମଙ୍କ ପାଇଁ ଚିଅର କରିବା ସହ ଦଳ ପାଇଁ ବିଜୟ କାମନା କରିଥିଲେ । ଯାହାକି ଶେଷରେ ପଡ଼ିଆରେ ଖେଳାଳିମାନଙ୍କ ପ୍ରଦର୍ଶନ ଯୋଗୁ ସମ୍ଭବ ହୋଇଥିବା ଦେଖିବାକୁ ମିଳିଛି ।

ଏହି ବିଜୟ ପାଇଁ ଶୁଭମଙ୍କ ବାପା ବହୁତ ଖୁସି ଥିବା ନଜର ଆସିଥିବା ବେଳେ ପୁଅ ଆହୁରି ଭଲ ଖେଳି ରାଜ୍ୟ ତଥା ଦେଶର ନାଁ କରୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି 'କି ଶୁଭମର ଇଛା ଇଉରୋପୀୟ କ୍ଲବରେ ଫୁଟବଲ ଖେଳିବା । ଯାହାକି ସେ ନିଜ ପରିଶ୍ରମ ମାଧ୍ୟମରେ ହାସଲ କରିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି । ସେହିପରି ଅନ୍ୟ ସଦସ୍ୟମାନେ ମଧ୍ୟ ଶୁଭମ ପାଇଁ ଗର୍ବ ଅନୁଭବ କରିବା ସହିତ ସେ ଯେଉଁ ଟିମ ରେ ଖେଳିଲେ ମଧ୍ୟ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଉ ବୋଲି କହିଛନ୍ତି' ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details