ଓଡିଶା

odisha

ETV Bharat / city

ଓଡିଶା ଏଫସିର ହ୍ୟାଟ୍ରିକ ବିଜୟ:ପ୍ରଶଂସକ ବେଶ ଖୁସି - ଘରୋଇ ଦଳ ଲଗାତାର ବିଜୟ

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଆଇଏସଏଲର ଏକ ମ୍ୟାଚରେ ଘରୋଇ ଓଡିଶା ଏଫସି ଦଳ ମୁମ୍ବାଇ ସିଟି ଏଫସିକୁ 2-0 ଗୋଲରେ ପରାସ୍ତ କରିଛି ।

odisha fc
ଓଡିଶା ଏଫସିର ହ୍ୟାଟ୍ରିକ ବିଜୟ

By

Published : Jan 12, 2020, 7:18 AM IST


ଭୁବନେଶ୍ବର: ଘରୋଇ ଗ୍ରାଉଣ୍ଡରେ ଓଡିଶା ଏଫସିର ହ୍ୟାଟ୍ରିକ ବିଜୟ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଆଇଏସଏଲର ଏକ ମ୍ୟାଚରେ ଘରୋଇ ଓଡିଶା ଏଫସି ଦଳ ମୁମ୍ବାଇ ସିଟି ଏଫସିକୁ 2-0 ଗୋଲରେ ପରାସ୍ତ କରିଛି । ଏହା ସହ ଘରୋଇ ଦଳ ଲଗାତାର 3 ଟି ମ୍ୟାଚ ଜିତି ହ୍ୟାଟ୍ରିକ ବିଜୟ ହାସଲ କରିଛି । ଯେଉଁଥିରେ ଓଡିଶା ଏଫସିର ପ୍ରଶଂସକମାନେ ବେଶ ଖୁସି ଜାହିର କରିଥିବା ଦେଖିବାକୁ ମିଳିଛି ।

ଓଡିଶା ଏଫସିର ହ୍ୟାଟ୍ରିକ ବିଜୟ

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଖେଳର ପ୍ରଥମାର୍ଦ୍ଧ ବିନା ସ୍କୋରରେ ଶେଷ ହୋଇଥିଲା । କିନ୍ତୁ ଦ୍ବିତୀୟର୍ଦ୍ଧ ଖେଳ ଆରମ୍ଭର କିଛି ସମୟ ପରେ ଓଡିଶା ଏଫସି ପକ୍ଷରୁ ଆରିଦେନ 47 ମିନିଟରେ ପ୍ରଥମ ଗୋଲ ଦେଇଥିଲେ । ପରେ ଉଭୟ ପକ୍ଷର ଖେଳାଳିମାନେ ଗୋଲ ପୋଷ୍ଟରେ ବଲ ପହଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ।

କିନ୍ତୁ ସେଥିରେ କେହି ସମର୍ଥ ହୋଇ ନଥିବାବେଳେ ମ୍ୟାଚର 74 ମିନିଟରେ ଓଡିଶା ଏଫସି ପକ୍ଷରୁ ହେରନାଡେଜ 2ୟ ଗୋଲ ସ୍କୋର କରିଥିଲେ । ତେବେ ମୁମ୍ବାଇ ସିଟି ଏଫସି ପକ୍ଷରୁ ଶେଷ ପର୍ଯ୍ୟନ୍ତ ଗୋଲ ସ୍କୋର କରିବା ପାଇଁ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ କୌଣସି ଖେଳାଳି ସଫଳ ହୋଇ ନଥିଲେ ।

ଯାହା ଫଳରେ ଓଡିଶା ତାର ଘରୋଇ ମାଟିରେ ହ୍ୟାଟ୍ରିକ ବିଜୟ ଲାଭ କରିଛି । ତେବେ ଏହିପରି ପ୍ରଦର୍ଶନ ଜାରି ରଖିଲେ ଓଡିଶା ଦଳ ଆହୁରି ଆଗକୁ ଯିବ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details