ଭୁବନେଶ୍ବର:ଇଣ୍ଡିଆନ ସୁପର ଲିଗ୍ର ୨୦୨୧-୨୨ ସିଜିନ ପାଇଁ ଓଡ଼ିଶା ଏଫ୍ସି ତାର ୨୭ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ୩ ଜଣ ଗୋଲକିପର, ୯ ଜଣ ଡିଫେଣ୍ଡର, ୧୧ଜଣ ମିଡ୍ଫିଲଡର, ୪ଜଣ ଫରୱାର୍ଡ ଖେଳାଳି ସାମିଲ ରହିଛନ୍ତି । ନଭେମ୍ବର ୨୪ ତାରିଖରେ ଗୋଆର ତିଲକ ମଇଦାନରେ ଓଡ଼ିଶା ଏଫ୍ସି ତାର ପ୍ରଥମ ମ୍ୟାଚ ବେଙ୍ଗାଲୁରୁ ଏଫ୍ସି ସହ ଖେଳିବ ।
ଗତ ସିଜିନରେ ଓଡ଼ିଶା ଏଫ୍ସିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଦଳ ୨୦ଟି ମ୍ୟଚରୁ ମାତ୍ର ଦୁଇଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ସର୍ବନିମ୍ନରେ ରହିଥିଲା । ଦଳ ୬ଟି ମ୍ୟାଚ ଡ୍ର କରାଇ ମାତ୍ର ୧୨ ପଏଣ୍ଟ ହିଁ ହାସଲ କରି ପାରିଥିଲା । ଆଗାମୀ ସିଜିନରେ ପୂର୍ବର ସମସ୍ତ ଭୁଲକୁ ସୁଧାରିବାକୁ ଚେଷ୍ଟା କରିବ ଦଳ । ୨୦୨୧-୨୨ ସିଜିନ ପାଇଁ କେତେକ ଯୁବ ନୂଆ ଚେହେରାଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଗତ ସିଜିନରେ ମୁମ୍ବାଇ ସିଟି ଚମ୍ପିଆନ୍ ହୋଇଥିଲା ।
ଓଡ଼ିଶା ଏଫ୍ସି ଦଳ
ଗୋଲକିପର-କମଲଜିତ ସିଂହ, ଅର୍ଶଦୀପ ସିଂହ, ରବି କୁମାର ।