ଓଡିଶା

odisha

ETV Bharat / city

ନବୀନଙ୍କ ନୂଆଁଖାଇ ଭେଟି, ଖୁବଶୀଘ୍ର ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା - ନୂଆଁଖାଇରେ ଚାଷୀଙ୍କୁ ଟଙ୍କା

ନୂଆଁଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ରାଜ୍ୟର 37 ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ 743 କୋଟିର କାଳିଆ ଟଙ୍କା । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: 743 କୋଟିର ‘କାଳିଆ’ ସହାୟତା
ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: 743 କୋଟିର ‘କାଳିଆ’ ସହାୟତା

By

Published : Sep 11, 2021, 1:40 PM IST

ଭୁବନେଶ୍ବର: ନୂଆଁଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ରାଜ୍ୟର 37 ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ରବି ଫସଲ ପାଇଁ ଏହି ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । 2021/22 ବର୍ଷ ପାଇଁ 743 କୋଟି କାଳିଆ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ପୁରୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାର ଚାଷୀ ପାଇବେ ଏହି ଟଙ୍କା । ଡିବିଟି ଜରିଆରେ ଆଜି(ଶନିବାର) ନୂଆଁଖାଇ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଏହି କାଳିଆ ଟଙ୍କା । ଆଜି(ଶନିବାର) ସନ୍ଧ୍ୟା ୭ ଟାରେ ଭିସି ଜରିଆରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଉପସ୍ଥିତ ରହିବେ । କୃଷି ମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା, କୃଷି ସଚିବ ପ୍ରମୁଖ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିବେ ବୋଲି ଜଣାପଡିଛି ।

କାଳିଆ ଯୋଜନାରେ 18 ଲକ୍ଷ ଭୂମିହୀନ କୃଷକ ପରିବାରକୁ 386 କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । 3ଟି କିସ୍ତିରେ 12 ହଜାର 5 ଶହ ଟଙ୍କା ପାଇଛନ୍ତି ଚାଷୀ । ଶେଷଥର ପାଇଁ ଏପ୍ରିଲ 1 ତାରିଖରେ 34 ଲକ୍ଷ ଚାଷୀଙ୍କୁ 639.94 କୋଟି ଟଙ୍କା ଦିଆଯାଇଛି । ପୁରୀ ଜିଲ୍ଲା ବ୍ୟତିତ ସବୁ ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ଯାଇଥିଲା । ଏହାପୁର୍ବରୁ 42 ଲକ୍ଷ ଚାଷୀଙ୍କ ଖାତାକୁ 920 କୋଟି ଟଙ୍କା ପଠାଯାଇଥିଲା । ଏଯାଏଁ 5ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଦିଆସରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details