ଓଡିଶା

odisha

ETV Bharat / city

ଆସନ୍ତା 12 ଘଣ୍ଟାରେ ଲଘୁଚାପ, 6 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୨ ଘଣ୍ଟାରେ ରାଜ୍ୟରେ ଆଉ ଏକ ଲଘୁଚାପ । ଫଳରେ ରାଜ୍ୟରେ ହେବ ପ୍ରବଳ ବର୍ଷା । ଅଧିକ ପଢନ୍ତୁ...

ଆସନ୍ତା 12 ଘଣ୍ଟାରେ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
ଆସନ୍ତା 12 ଘଣ୍ଟାରେ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

By

Published : Sep 24, 2021, 7:28 PM IST

ଭୁବନେଶ୍ବର: ବଙ୍ଗୋପସାଗର ଅଞ୍ଚଳର ଘୂର୍ଣ୍ଣିବଳୟ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଞ୍ଚଳରେ ସକ୍ରିୟ ହୋଇଛି । ଏହା ପ୍ରଭାବରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଏହା ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହେବା ଆଶା କରାଯାଉଛି । ପରବର୍ତ୍ତୀ 48 ଘଣ୍ଟାରେ ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା 12 ଘଣ୍ଟାରେ ଲଘୁଚାପ, 6 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ମୌସୁମୀ ଜନିତ ନିମ୍ନଚାପ ରେଖା ରାଜସ୍ଥାନର ଜୈସଲମରରୁ ବାହାରି ଡାଲଟନଗଞ୍ଜ ଦେଇ ଦକ୍ଷିଣ ପୂର୍ବ ଦିଗକୁ ଗତି କରୁଛି । ଏହା ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଘୁଚାପ ଓଡି଼ଶାରେ ପ୍ରବେଶ କଲେ ,ଏହାର ପ୍ରଭାବ 26 ତାରିଖରେ 5 ଜିଲ୍ଲାରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଗଜପତି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ଏବଂ 27 ତାରିଖରେ 6 ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ପ୍ରବଳ ବର୍ଷା ହେବ।

ରାଜ୍ୟରେ ଆଜି ସୁଦ୍ଧା 999.4 ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଯାହା ସ୍ବାଭାବିକ ବର୍ଷା ୧୧୨୪.୭ ମିମି ରହିଛି । ଫଳରେ ସ୍ବାଭାବିକ ବର୍ଷା 11 ପ୍ରତିଶତ କମ ହୋଇଛି । 7 ଜିଲ୍ଲାରେ ନିଅଣ୍ଟିଆ ବର୍ଷା, 3 ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ଏବଂ 20 ଜିଲ୍ଲାରେ ସ୍ବାଭାବିକ ବର୍ଷା ହେବ। ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲାର କୋଟପାଡ଼ରେ 49ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details