ଓଡିଶା

odisha

By

Published : Mar 8, 2022, 4:06 PM IST

ETV Bharat / city

୨ ଗୁଣା ସୁଧ ଲୋଭରେ ୧୫କୋଟି ଠକେଇ, କୋଲକାତାରୁ ଧରାପଡିଲା ଚିଟଫଣ୍ଡ ଠକ

ସାମନାକୁ ଆସିଲା ଏକ ଚିଟଫଣ୍ଡ ଠକରେ ବଡ଼ ଧରଣର ଠକେଇ । ୨ ଗୁଣା ସୁଧ ଲୋଭରେ ୧୫କୋଟି ଠକେଇ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

୨ ଗୁଣା ସୁଧ ଲୋଭରେ ୧୫କୋଟି ଠକେଇ, କୋଲକାତାରୁ ଧରାପଡିଲା ଚିଟଫଣ୍ଡ ଠକ
୨ ଗୁଣା ସୁଧ ଲୋଭରେ ୧୫କୋଟି ଠକେଇ, କୋଲକାତାରୁ ଧରାପଡିଲା ଚିଟଫଣ୍ଡ ଠକ

ଭୁବନେଶ୍ବର:ଇଓଡବ୍ଲୁ ହାତରେ ଚିଟଫଣ୍ଡ ଠକ । କୋଲକାତାର ଠକକୁ ଗିରଫ କଲା ଓଡିଶା କ୍ରାଇମବ୍ରାଞ୍ଚ । ୧୫କୋଟି ଠକେଇ ଅଭିଯୋଗରେ ମାସ ଇନଫ୍ରା ରିୟଲିଟି ଲିମିଟେଡ(Mass Infra Realty Limited)ର ଏମଡି ତପନ କୁମାର ସାମନ୍ତଙ୍କୁ ଗିରଫ କରିଛି ଇଓଡବ୍ଲୁ ଟିମ । କୋଲକାତାର ୨୪ ପ୍ରଗଣା ଗିରଫ ଟ୍ରାନଜିଟ ରିମାଣ୍ଡରେ ଆଣି ବାଲେଶ୍ବର OPID କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

୨ ଗୁଣା ସୁଧ ଲୋଭରେ ୧୫କୋଟି ଠକେଇ, କୋଲକାତାରୁ ଧରାପଡିଲା ଚିଟଫଣ୍ଡ ଠକ

ସୂଚନା ମୁତାବକ ୨୦୧୦ ମସିହାରେ ବାଲେଶ୍ବର ଓ ସୋରୋ ଆଖପାଖ ଅଞ୍ଚଳରେ ଅଭିଯୁକ୍ତ ତପନ ସାମନ୍ତ ଓ ତାର ୬ ଜଣ ଡାଇରେକ୍ଟର ସହଯୋଗୀ ମିଶି ଠକେଇ ଜାଲ ବିଛାଇଥିଲେ । ନୀରିହ ଲୋକଙ୍କୁ ଟଙ୍କା ଡିପୋଜିଟ୍‌ ର ଲୋଭନୀୟ ସ୍କିମ ଦେଇଥିଲେ । ପ୍ରଥମେ ଡିପୋଜିଟ କର, କିଛି ଦିନ ବ୍ୟବଧାନ‌ ପରେ ଟଙ୍କାର ଦୁଇ ଗୁଣା ରିଟର୍ଣ୍ଣ ପାଇବ ବୋଲି କହିଥିଲେ। ଏଭଳି ‌ସ୍କିମରେ ମାସ୍‌ ଇନଫ୍ରା ରିୟଲିଟି ନାଁରେ ୧୫କୋଟି ଠକି ନେଲେ । ପରେ କମ୍ପାନୀର‌ ନାଁ ବଦଳାଇ ଦେଇ ହ୍ୟୁମାନ ଓ୍ବେଲଫେୟାର କ୍ରେଡିଟ ନାଁରେ ରଖିଥିଲେ।

ଫଳରେ ଲୋକମାନେ ଆଉ ତାଙ୍କ ଡିପୋଜିଟ କରିଥିବା ଟଙ୍କାର ସୁରାକ ପାଇଲେ ନାହିଁ । ଏନେଇ ଇଓଡବ୍ଲୁରେ ଅଭିଯୋଗ ପରେ ଜଣାପଡିଥିଲା ଏହା ଏକ ଠକେଇ ସ୍କିମ । ତପନ ସାମନ୍ତ ନିଜ ସହଯୋଗୀଙ୍କ ଜରିଆରେ କୋଲକାତାରେ ଅଫିସ ଖୋଲି ଓଡି଼ଶାରେ ଠକାମି କରୁଥିଲା । ଚିଟଫଣ୍ଡ ଡିପୋଜିଟ ଆଳରେ ଠକେଇ କରି କମ୍ପାନୀର‌ ନାଁ ବଦଳାଇ ଲୁଟୁଥିଲା ବିପୁଳ ମାତ୍ରାରେ ଟଙ୍କା । ପରେ ସୂଚନା ପାଇ ତାକୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣି ପରେ ବାଲେଶ୍ବର କୋର୍ଟରେ ହାଜର କରାଯିବ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details