ଓଡିଶା

odisha

ETV Bharat / city

Election Campaign: କୋହଳ ହେଲା ପ୍ରଚାର କଟକଣା, ନିର୍ବାଚନୀ ସଭାରେ ୩୦୦ଙ୍କୁ ଅନୁମତି - ନିର୍ବାଚନୀ ପ୍ରଚାରକୁ ନେଇ ନୂଆ ନିୟମ

ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାର ପ୍ରଚାର କଟକଣାକୁ କୋହଳ କରିଛନ୍ତି । ଅଧିକ ପଢନ୍ତୁ

Election Campaign: କୋହଳ ହେଲା ପ୍ରଚାର କଟକଣା, ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା
Election Campaign: କୋହଳ ହେଲା ପ୍ରଚାର କଟକଣା, ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା

By

Published : Feb 7, 2022, 1:31 PM IST

Updated : Feb 7, 2022, 1:38 PM IST

ଭୁବନେଶ୍ବର: ରାଜ୍ୟରେ କୋହଳ ହେଲା ପ୍ରଚାର କଟକଣା । ଏଣିକି ୨୦ ଜଣ ଘରକୁ ଘର ବୁଲି କରିପାରିବେ ପ୍ରଚାର । ପୂର୍ବରୁ କୋରୋନା କଟକଣା ସଂକ୍ରମଣ ପାଇଁ ୫ ଜଣଙ୍କୁ ଅନୁମତି ରହିଥିଲା । ତେବେ ରାଜ୍ୟରେ ସଂକ୍ରମଣ କମୁଥିବାରୁ ରାଜନୈତିକ ସଭା ପାଇଁ ୩୦୦ ଲୋକଙ୍କୁ ଅନୁମତି ମଧ୍ୟ ଦେଇଛନ୍ତି ରାଜ୍ୟ ସରକାର ।

Election Campaign: କୋହଳ ହେଲା ପ୍ରଚାର କଟକଣା, ନିର୍ବାଚନୀ ସଭାରେ ୩୦୦ଙ୍କୁ ଅନୁମତି

ସଂକ୍ରମଣକୁ ଏଡ଼ାଇବା ପାଇଁ ପୂର୍ବରୁ 5 ଜଣଙ୍କୁ କୋଭିଡ କଟକଣା ମଧ୍ୟରେ ପ୍ରଚାର କରିପାରିବେ ବୋଲି ନିର୍ଦ୍ଦେଶ ରହିଥିଲା । ଏବେ ରାଜ୍ୟରେ କୋଭିଡ଼ ସଂକ୍ରମଣ କମୁଥିବାରୁ ସ୍ଥିତି ଦେଖି ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ପ୍ରାର୍ଥୀ ନିଜ ସହ 20 ଜଣ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ବୋଲି ସରକାର ନୂଆ ନିୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ସଭା ସମିତିରେ 300 ଙ୍କୁ ନେଇ ବୈଠକ କରିପାରିବେ ରାଜନୈତିକ ଦଳ। ରାଲିକୁ ଅନୁମତି ଦିଆଯାଇ ନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କଲେ ନିର୍ବାଚନ କମିଶନ। ଯେଉଁମାନେ ନିର୍ବାଚନରେ ଭାଗ ନେବେ ସେମାନଙ୍କ ସୁରକ୍ଷାକୁ ନଜରରେ ରଖି 80 ରୁ 90 ଭାଗ କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି ।

ଏବେ ଯେହେତୁ କୋଭିଡ ସ୍ଥିତିରେ ସୁଧାର ଆସିଛି ଏଣୁ ନିର୍ବାଚନ କମିଶନ ପ୍ରଚାର ନିୟମକୁ କୋହଳ କରିଛନ୍ତି । ତେବେ ଏହା ଦ୍ବାରା ପ୍ରାର୍ଥୀ ମାନେ ପ୍ରଚାର ପ୍ରସାରକୁ ଅଧିକ ତ୍ବରାନ୍ବିତ କରିପାରିବେ। ଏହି କୋହଳ ଦ୍ବାରା ପଞ୍ଚାୟତ ନିର୍ବାଚନରେ ସମସ୍ତ ପ୍ରାର୍ଥୀଙ୍କ ମନୋବଳ ସୁଦୃଢ଼ ହେବ। ଏନେଇ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମାନେ ନିଶ୍ଚିତ ଉତ୍ସାହିତ ହେବେ।

ପ୍ରଚାର ପାଇଁ ନୂଆ ନିୟମ:-

  • ନିର୍ବାଚନ ପ୍ରଚାର ପାଇଁ କଟକଣା କୋହଳ
  • ୨୦ ଜଣ ଘରକୁ ଘର ବୁଲି କରିପାରିବେ ପ୍ରଚାର
  • ପୂର୍ବରୁ ସର୍ବାଧିକ ୫ ଜଣଙ୍କୁ ନେଇ ପ୍ରଚାର ଅନୁମତି ଥିଲା
  • ୩୦୦ ଙ୍କୁ ନେଇ ନିର୍ବାଚନୀ ସଭା ଅନୁମତି
  • ରାଲିକୁ ନାହିଁ ଅନୁମତି

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 7, 2022, 1:38 PM IST

ABOUT THE AUTHOR

...view details