ଭୁବନେଶ୍ୱର: DAV ପବ୍ଲିକ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଅଫଲାଇନ୍ ମୋଡ଼ରେ ପରୀକ୍ଷା ଦେବାକୁ ବାଧ୍ୟ କରୁଥିବା ଅଭିଯୋଗକୁ ଗୁରୁତର ଭାବେ ନେଲେ ରାଜ୍ୟ ସରକାର । ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର DAV ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
୨ ବର୍ଷ ଧରି କୋରୋନା ମହାମାରୀ କାରଣରୁ ପିଲାମାନଙ୍କ ପାଠପଢ଼ା ବନ୍ଦ ଥିଲା । ମହାମାରୀର ପ୍ରଭାବ କମିବା ପରେ ଗତ ଫେବୃଆରୀ ୭ ତାରିଖ ଠାରୁ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି । ସେହିପରି ଆଗାମୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୀର୍ଘଦିନ ଧରି ଅଫ୍ଲାଇନ ପାଠପଢ଼ା ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଓ ଭାବନାତ୍ମକ ସ୍ତରରେ ଅନେକ ସମସ୍ୟା ସୃଷ୍ଟି ହୋଇଥିବାର ସମ୍ଭାବନା ମଧ୍ୟ ରହିଛି ।