ଭୁବନେଶ୍ବର : ଆଜି ଉପସ୍ଥାପିତ 2021-22 ଓଡିଶା ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ 24, 370 କୋଟି ବ୍ୟୟବରାଦ ହୋଇଛି । କୋଭିଡ କାଳରେ ଗଭୀର ଭାବେ ପ୍ରଭାବିତ ହୋଇଥିବା ଶିକ୍ଷା କ୍ଷେତ୍ରର ଉନ୍ନତୀକରଣ ପାଇଁ ବଜେଟରେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦିଆଯାଇଛି ।
ଓଡିଶା ବଜେଟରେ ଶିକ୍ଷାକୁ ଗୁରୁତ୍ବ: 24, 370 କୋଟି ଆବଣ୍ଟନ - ଶିକ୍ଷା ବଜେଟ
2021-22ଓଡିଶା ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ 24, 370 କୋଟି ବ୍ୟୟବରାଦ ହୋଇଛି । କୋଭିଡ କାଳରେ ଗଭୀର ଭାବେ ପ୍ରଭାବିତ ହୋଇଥିବା ଶିକ୍ଷା କ୍ଷେତ୍ରର ଉନ୍ନତୀକରଣ ପାଇଁ ବଜେଟରେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦିଆଯାଇଛି । ଅଧିକ ପଢନ୍ତୁ..
ଓଡିଶା ବଜେଟରେ ଶିକ୍ଷାକୁ ଗୁରୁତ୍ବ ,24, 370 କୋଟି ଆବଣ୍ଟନ
ଶିକ୍ଷା କ୍ଷେତ୍ରର ମୁଖ୍ୟାଂଶ -
- ଆଦର୍ଶ ସ୍କୁଲ ପାଇଁ 280କୋଟି ଟଙ୍କା ବ୍ୟୟବରାଦ
- ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ 957 କୋଟି ବ୍ୟୟବରାଦ ହୋଇଛି ।
- ମୋ ସ୍କୁଲ ପାଇଁ 253 କୋଟି ଓ ମୋ କଲେଜ ପାଇଁ 7 କୋଟି ବ୍ୟୟବରାଦ ।
- ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ 10 କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
- ଉଚ୍ଚଶିକ୍ଷା ଗୁଡିକରେ ଭିତ୍ତି ଭୂମି ବିକାଶ ପାଇଁ 157 କୋଟି ।
- ଲାପଟପ୍ ବିତରଣ ପାଇଁ 46 କୋଟି ଟଙ୍କା ।
- ଉଷା ଯୋଜନାରେ 212 କୋଟି ଟଙ୍କା ।
- ଦକ୍ଷତା ବିକାଶ ପାଇଁ 664 କୋଟି ଟଙ୍କା ।
- ପ୍ରତିଷ୍ଠାନର ଭିତ୍ତିଭୂମିର ବିକାଶ ପାଇଁ 151 କୋଟି ।
- ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ 100 କୋଟି ଟଙ୍କା ।