ଭୁବନେଶ୍ବର:ଓଡିଶାରୁ ଠକି ମୁମ୍ବାଇରେ କରୁଥିଲେ ମଉଜ । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା 2 କୋଟି ଠକେଇ ଅଭିଯୋଗରେ 2 ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଉଛନ୍ତି ରାକେଶ କୁମାର ପାଣ୍ଡେ ଓ ସର୍ମନ ସିଂ ତୋମାର । ଉଭୟଙ୍କୁ ମୁମ୍ବାଇରୁ ଗିରଫ କରିଛି ଟ୍ରାନଜିଟ ରିମାଣ୍ଡରେ ଆଣି ଭୁବନେଶ୍ୱର କୋର୍ଟରେ ହାଜର କରିଛି EOW ଟିମ ।
ଓଡିଶାରୁ ଠକି ମୁମ୍ବାଇରେ କରୁଥିଲେ ମଉଜ, କାବୁ କଲା EOW ଟିମ୍ - ଋଣ ଦେବା ନାଁରେ ଠକେଇ
ଓଡିଶାରୁ ଠକି ମୁମ୍ବାଇରେ କରୁଥିଲେ ମଉଜ । କାବୁ କଲା EOW ଟିମ୍ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଅଧିକ ପଢନ୍ତୁ
![ଓଡିଶାରୁ ଠକି ମୁମ୍ବାଇରେ କରୁଥିଲେ ମଉଜ, କାବୁ କଲା EOW ଟିମ୍ ଓଡିଶାରୁ ଠକି ମୁମ୍ବାଇରେ କରୁଥିଲେ ମଉଜ, କାବୁ କଲା EOW ଟିମ୍](https://etvbharatimages.akamaized.net/etvbharat/prod-images/768-512-14870746-761-14870746-1648567222830.jpg)
୧୦୦ କୋଟିର ଋଣ ଦେବା ନାଁରେ ୨ କୋଟି ଠକି ନେଇଥିଲେ । ହେଲେ ପରେ ଆଉ ଧରାଛୁଆଁ ଦେଇନଥିଲେ । ଯାହାକୁ ନେଇ EOW ରେ ଅଭିଯୋଗ କରିଥିଲେ ଅଶୋକ ସିଂ । ଏହାପରେ ଖୋଳତାଡ କରି ରାକେଶକୁ ମୁମ୍ବାଇର ଏକ ହୋଟେଲରେ ଥିବାବେଳେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ । ପରେ ତା' ଠାରୁ ପିସ୍ତଲ, 8 ରାଉଣ୍ଡ ଅଫୁଟା ଗୁଳି, 50 ହଜାର ଟଙ୍କା ଜବତ କରିଛି । ତେବେ ରାକେଶ ନାଁରେ 15 ଟି ଅପରାଧିକ ମମାଲା ଉତ୍ତରପ୍ରଦେଶରେ ରହିଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ଏଥିସହ ରାକେଶର ସହଯୋଗୀ ସର୍ମନ ସିଂକୁ ବି ଗିରଫ କରିଛି । ଘଟଣାର ଅନ୍ୟ କେହି ସାମିଲ୍ ଥିବା ସନ୍ଦେହରେ ତଦନ୍ତ ଜାରି ରଖିଛି ଟିମ୍ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ