ଭୁବନେଶ୍ବର:୩ଟି ଏରିଆକୁ ଗସ୍ତ ସାରି ଫେରିଛନ୍ତି ପୋଲିସ ଡିଜି । ତ୍ରିଲୋଚନପୁର (ଟ୍ରାଇ ଜଙ୍କସନ)ଏରିଆ ଅର୍ଥାତ କଳାହାଣ୍ଡି, କନ୍ଧମାଳ ଓ ରାୟଗଡା ଜଙ୍କସନରେ ପହଞ୍ଚି କୋର୍ଡିନେସନ ମିଟିଂ କରିଛନ୍ତି ଡିଜି । ଯେଉଁଥିରେ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସମେତ ତିନି ଜିଲ୍ଲାର ଏସପିଙ୍କ ସହ ଆଲୋଚନା କରି ବିଭିନ୍ନ ସ୍ଥିତିର ସମୀକ୍ଷା କରିଛନ୍ତି।
ଟ୍ରାଇ ଜଙ୍କସନ୍ ଏରିଆରେ ଡିଜିଙ୍କ କୋର୍ଡିନେସନ ମିଟିଂ, କଟଅଫ୍ ଏରିଆରେ ରହିଛି ମାଓ ଲିଙ୍କ୍ ଏହା ପରେ ମାଲକାନଗିରିର ହେନ୍ତାଳଗୁଡା କଟଅଫ ଏରିଆ ଭିଜିଟ କରିବା ସହ ବିଏସଏଫର କ୍ଯାମ୍ପ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ସେଠାରେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଯୋଗୁଁ ବିକାଶମୂଳକ ପଦକ୍ଷେପ ଜାରି ରହିଥିବା ଡିଜି କହିଛନ୍ତି।
ଶେଷରେ ଡିଜି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । ବିଶେଷ କରି ଗଂଜେଇ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି କୋରାପୁଟର ବଡ ସମସ୍ଯା ଥିଲା ଗଂଜେଇ ଚାଲାଣ। ଯାହା କି ଗତ ୧୦ ବର୍ଷରେ (୨୦୧୦ରୁ ଏପର୍ଯନ୍ତ) ଦୁଇଗୁଣା ଗଂଜେଇ ସିଜ କରାଯାଇଛି । ଅର୍ଥାତ, ୨୦୧୯ରେ ୬୧୮ କିଲୋ ଜବତ ହୋଇଥିଲା । କିନ୍ତୁ, ଗତ ନଭେମ୍ବର ସୁଦ୍ଧା କୋରାପୁଟ ଜିଲ୍ଲାରେ ୨୦୨୦ ମସିହାରେ ୧୨୯୧ କିଲ ଜବତ କରାଯାଇଛି। ଯାହାକି ଏଯାବତ ଜବତ ହୋଇଥିବା ୧୦ ବର୍ଷର ଗଂଜେଇ ପରିମାଣ ଠାରୁ ଦୁଇଗୁଣା। ତେବେ କଟଅଫ ଏରିଆରେ ରହିଛି ଓଡିଶା ବର୍ଡର ଜୋନାଲ କମିଟିର ମାଓ ଲିଙ୍କ ଏବଂ ଟ୍ରାଇ ଜଙ୍କସନ ଏରିଆରେ ବିଶେଷ କରି ଛତିଶଗଡରେ ମାଓବାଦୀ ଲିଙ୍କ ରହିଥିବା ଡିଜି କହିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ