ଓଡିଶା

odisha

ବଦଳିଲେ ଡିଜି: ବର୍ଷିଲେ ବିରୋଧୀ, ଉତ୍ତର ରଖିଲା ବିଜେଡି

ପୋଲିସ ଡିଜି ବଦଳିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ଏନେଇ ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 21, 2019, 1:24 PM IST

Published : Nov 21, 2019, 1:24 PM IST

Updated : Nov 21, 2019, 4:29 PM IST

ବଦଳିଲେ ଡିଜି ବର୍ଷିଲେ ବିରୋଧୀ

ଭୁବନେଶ୍ବର: ରାତାରାତି ପୋଲିସ ମହାନିର୍ଦ୍ଦେଶକ (ଡିଜି)ଙ୍କୁ ବଦଳି ଘଟଣାକୁ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ସରକାରଙ୍କର କୌଣସି ଅଫିସରଙ୍କ ଉପରେ ଭରସା ରହୁନି, ଯେଉଁ ଅଧିକାରୀ ସରକାରଙ୍କ ମୁତାବକ କାମ କରୁନାହାନ୍ତି ତାଙ୍କୁ ହଟାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।

ବଦଳିଲେ ଡିଜି: ବର୍ଷିଲେ ବିରୋଧୀ, ଉତ୍ତର ରଖିଲା ବିଜେଡି

ସେହିପରି ପୋଲିସ ଡିଜିଙ୍କୁ ହଟାଇବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ବିକେ ଶର୍ମାଙ୍କୁ ନିଯୁକ୍ତି ଦେବା ପୂର୍ବରୁ କଣ ସରକାର ଜାଣି ନଥିଲେ ତାଙ୍କର କାର୍ଯ୍ୟକଳାପ ବିଷୟରେ ? ‘ଡିଜି ଏଠି କଣ୍ଢେଇ, କିକ ମାରି ଡିଜିଙ୍କୁ ବାହାର କରିବା ସରକାରଙ୍କ ପୁରୁଣା ଅଭ୍ୟାସ ।’ ପୂର୍ବରୁ ଏମିତି ଅନେକ ଉଦାହରଣ ରହିଥିବା କହିଛନ୍ତି ତାରା ।

ସେପଟେ ଏହାର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କେତେବେଳେ କିଏ ଡିଜି ହେଲେ ଭଲ ହେବ ସରକାର ତାହା ନିଷ୍ପତ୍ତି ନେବେ, ଏଥିରେ କିଛି କହିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 21, 2019, 4:29 PM IST

ABOUT THE AUTHOR

...view details