ଓଡିଶା

odisha

ETV Bharat / city

କୋରୋନା ଟେଷ୍ଟରେ ଓଡିଶା ଛୁଇଁଲା ମାଇଲଖୁଣ୍ଟ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ - cm naveen pattnaik thanks to all

ମାତ୍ର ସାଢେ 4 ମାସରେ ରାଜ୍ୟରେ ହୋଇଛି 60 ଲକ୍ଷ କୋରୋନା ଟେଷ୍ଟ । ଏଥିପାଇଁ ଟ୍ବିଟ କରି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

କୋରୋନା ଟେଷ୍ଟରେ ଓଡିଶା ଛୁଇଁଲା ମାଇଲଖୁଣ୍ଟ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
କୋରୋନା ଟେଷ୍ଟରେ ଓଡିଶା ଛୁଇଁଲା ମାଇଲଖୁଣ୍ଟ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

By

Published : Dec 3, 2020, 1:05 PM IST

Updated : Dec 3, 2020, 1:12 PM IST

ଭୁବନେଶ୍ବର: କୋରୋନା ଟେଷ୍ଟିଂରେ ଓଡିଶା ଛୁଇଁଛି ମାଇଲଖୁଣ୍ଟ । ମାତ୍ର ସାଢେ ଚାରି ମାସରେ ରାଜ୍ୟରେ ହୋଇଛି 60 ଲକ୍ଷ କୋରୋନା ଟେଷ୍ଟ । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ବିରୁଦ୍ଧ ଲଢେଇରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କୋରୋନା ଟେଷ୍ଟରେ ଓଡିଶା ଛୁଇଁଲା ମାଇଲଖୁଣ୍ଟ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ହଜାର ହଜାର ଟେଷ୍ଟିଂ ସତ୍ତ୍ବେ ବି ରାଜ୍ୟରେ କୋରୋନା ସକ୍ରିୟ ମାମଲା 5 ହଜାର ତଳକୁ ଖସି ଆସିଛି । ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦେଇଛନ୍ତି । ଯେଉଁମାନଙ୍କ ନିଷ୍ଠା, କାର୍ଯ୍ୟ ପାଇଁ ଆଜି କୋଭିଡ ବିରୁଦ୍ଧରେ ଲଢିବାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ରାଜ୍ୟରେ ଗତ 6 ମାସ ପରେ କୋରୋନା ଆକ୍ରାନ୍ତ ସଂଖ୍ୟା ଧିରେ ଧିରେ ଖସିବାରେ ଲାଗିଛି । ଯେଉଁଠି ହଜାର ହଜାର ସଂକ୍ରମିତ ଖବର ସାମ୍ନାକୁ ଆସୁଥିଲେ ସେଥିରେ ବ୍ରେକ ଲାଗି 500ରୁ 600 ମଧ୍ୟରେ ସୀମିତ ରହୁଛି ଆକ୍ରାନ୍ତ ସଂଖ୍ୟା । ସେହିପରି କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । କୋରୋନାର ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ଖସୁଛି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ଆସୁଛି । ଯାହା ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2020, 1:12 PM IST

ABOUT THE AUTHOR

...view details