ଓଡିଶା

odisha

କୋରୋନା ଆତଙ୍କ: ରାଜ୍ୟରେ ଦିନକରେ 736ଜଣ ପଜିଟିଭ ଚିହ୍ନଟ

By

Published : Jul 19, 2020, 11:57 AM IST

ଆଜି ଚିହ୍ନଟ ହୋଇଥିବା 736ଜଣଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ 481 ଚିହ୍ନଟ ହୋଇଥିବାବେଳେ 255 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ଲକଡାଉନର 2ୟ ଦିନରେ ବି ସଂକ୍ରମଣ କମିବାରେ ନାହିଁ ।

କୋରୋନା ଆତଙ୍କ: ରାଜ୍ୟରେ ଦିନକରେ 736ଜଣ ପଜିଟିଭ ଚିହ୍ନଟ
କୋରୋନା ଆତଙ୍କ: ରାଜ୍ୟରେ ଦିନକରେ 736ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବଢିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି 736ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଲକଡାଉନର 2ୟ ଦିନରେ ବି ରେକର୍ଡ ସଂଖ୍ୟକ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜି କୋରୋନା ଯାଗୁଁ 5ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି ଚିହ୍ନଟ ହୋଇଥିବା 736ଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ 481 ଚିହ୍ନଟ ହୋଇଥିବାବେଳେ 255 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ଲକଡାଉନର 2ୟ ଦିନରେ ସଂକ୍ରମଣ କମିବାରେ ନାହିଁ ।

ଫଟୋ ସୌଜନ୍ୟ:ଟ୍ବିଟର@IPR_Odisha

ଗଞ୍ଜାମରୁ ସର୍ବାଧିକ 247ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ 22, ବାଲେଶ୍ବରରୁ 33, ବରଗଡରୁ 3, ଭଦ୍ରକରୁ 5, ବଲାଙ୍ଗୀରରୁ 4, ବୌଦ୍ଧରୁ 8, କଟକରୁ 27, ଢେଙ୍କାନାଳରୁ1, ଗଜପତିରୁ 39, ଜଗତସିଂହପୁରରୁ 40, ଯାଜପୁରରୁ 40, କଳାହାଣ୍ଡିରୁ 2, କେନ୍ଦ୍ରାପଡାରୁ 7, ଖୋର୍ଦ୍ଧାରୁ 107, କେନ୍ଦୁଝରରୁ 1, କୋରାପୁଟରୁ 45, ମାଲକାନଗିରିରୁ 18, ନବରଙ୍ଗପୁରରୁ 1, ନୟାଗଡରୁ 10, ମୟୂରଭଞ୍ଜରୁ 12, ପୁରୀରୁ 14, ରାୟଗଡାରୁ 8, ସମ୍ବଲପୁରରୁ25, ସୁନ୍ଦରଗଡରୁ 17ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଫଟୋ ସୌଜନ୍ୟ:ଟ୍ବିଟର@IPR_Odisha

ତେବେ ସର୍ବମୋଟ ରାଜ୍ୟରେ ପଜିଟିଭ ସଂଖ୍ୟା 17ହଜାର437ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ସୁସ୍ଥ ହୋଇଛନ୍ତି 11ହଜାର937ଜଣ । ସକ୍ରିୟ ମାମଲା 5,381 ଜଣ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3,86,102ଟି ନମୁନା ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details