ଓଡିଶା

odisha

ETV Bharat / city

ଆଜି ମନ୍ତ୍ରୀ ପରିଷଦ ବୈଠକ, ରାଜ୍ୟ ବଜେଟକୁ ମିଳିବ ଅନୁମୋଦନ - odisha council of ministers meet

odisha council of ministers meet
ଆଜି ମନ୍ତ୍ରୀ ପରିଷଦ ବୈଠକ, ରାଜ୍ୟ ବଜେଟକୁ ମିଳିବ ଅନୁମୋଦନ

By

Published : Feb 7, 2020, 9:47 AM IST

Updated : Feb 7, 2020, 10:40 AM IST

09:34 February 07

ଆଜି ମନ୍ତ୍ରୀ ପରିଷଦ ବୈଠକ, ରାଜ୍ୟ ବଜେଟକୁ ମିଳିବ ଅନୁମୋଦନ

ଭୁବନେଶ୍ବର: ଆଜି ଅପରାହ୍ନରେ ବସୁଛି ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକ। 11 ଟା 30ରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏହାପରେ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ମନ୍ତ୍ରୀ ପରିଷଦ ବୈଠକରେ ଆଗାମୀ 2020-21 ଆର୍ଥିକ ବର୍ଷର ଚିଠା ବଜେଟ ପ୍ରସ୍ତାବ ଆଗତ ହେବ। ଏଥର ରାଜ୍ୟ ବଜେଟ ପ୍ରାୟ ଦେଢଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। 

ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରାୟ 9ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଯେଉଁଥିରେ ଓଡିଶା ସିଭିଲ ସର୍ଭିସ ରୁଲ୍ସର ସଂଶୋଧନ ସହିତ ପଞ୍ଚାୟତିରାଜ ବିଭାଗ, ଓଡିଶା ବିଧାନସଭା, ଓଡିଶା ଖଣି ନିଗମ ଓ ରାଜସ୍ବ ବିଭାଗର କେତେକ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।


ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ, ଇଟିଭି ଭାରତ

Last Updated : Feb 7, 2020, 10:40 AM IST

ABOUT THE AUTHOR

...view details