ଓଡିଶା

odisha

ETV Bharat / city

ରାଜ୍ୟରେ କମୁନି ସଂକ୍ରମଣ, ଦିନକରେ 469 କୋରୋନା ଆକ୍ରାନ୍ତ ଚିହ୍ନଟ - ଓଡିଶା କୋରୋନା

24ଘଣ୍ଟାରେ ରାଜ୍ୟରେ 469 ମାମଲା‌ ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ 317ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ 152ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ କୋରୋନା ଆତଙ୍କ, ଦିନକରେ 469 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କୋରୋନା ଆତଙ୍କ, ଦିନକରେ 469 ଆକ୍ରାନ୍ତ ଚିହ୍ନଟ

By

Published : Jul 5, 2020, 11:44 AM IST

ଭୁବନେଶ୍ବର: ରାଜ୍ୟରେ କୋରାନା ଆତଙ୍କ । ରବିବାର 469ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 317 ଓ 152ଜଣ ସ୍ଥାନୀୟ ଅଞ୍ଚଳର । ଅନ୍ୟପଟେ ଆଉ 2ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ 40ବର୍ଷୀୟ ଗଜିପତି ଜିଲ୍ଲାର ଜଣେ ପୁରୁଷ ଓ ସୁନ୍ଦରଗଡର 64ବର୍ଷୀୟ ଜଣେ ବୟସ୍କ ବ୍ୟକ୍ତି ଜଣକ । ଉକ୍ତ ବ୍ୟକ୍ତି ମଧୁମେହ ରୋଗରେ ମଧ୍ୟ ପୀଡିତ ଥିଲେ ।

ସୂଚନାଥାଉକି, ଗୋଟିଏ ଦିନରେ ସର୍ବାଧିକ 116ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ବାହାରିଛନ୍ତି । ଏଥିସହ କଟକରୁ 94ଜଣ, ଅନୁଗୁଳରୁ 11ଜଣ, ବାଲେଶ୍ବପରରୁ 8ଜଣ, ଭଦ୍ରକରୁ 16ଜଣ, ବଲାଙ୍ଗୀରରୁ 3, ଗଜପତିରୁ 12, ଯାଜପୁରରୁ 25, କନ୍ଧମାଳରୁ ଜଣେ, କଳାହାଣ୍ଡିରୁ 2, କେନ୍ଦ୍ରାପଡାରୁ 5ଜଣ, କେନ୍ଦୁଝରରୁ 25ଜଣ, ଖୋର୍ଦ୍ଧାରୁ 27ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ 6ଜଣ, ନବରଙ୍ଗପୁରରୁ 2ଜଣ, ନୟାଗଡରୁ 24ଜଣ, ପୁରୀରୁ 8ଜଣ, ସମ୍ବଲପୁରରୁ 13ଜଣ , ସୁନ୍ଦରଗଡରୁ 66 ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 9070 ହୋଇଥିବାବେଳେ 5934 ସୁସ୍ଥ ହୋଇଛନ୍ତି ଓ 3090 ଜଣ ସକ୍ରିୟ ଅଛନ୍ତି । ଏଥିସହ ଆଉ 4ଜଣ ଏନଡିଆରଏଫ ଯବାନଙ୍କ ରିପୋର୍ଟ ପଜିଟିଭ ଆସିଛି । ଏପଟେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ 36ରେ ପହଞ୍ଚିଲାଣି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details