ଓଡିଶା

odisha

ETV Bharat / city

ଓଡିଶା କୋରୋନା ଅପଡେଟ: ହଟସ୍ପଟ ସ୍ଥାନରେ ବଢୁଛି ସୁସ୍ଥ ସଂଖ୍ୟା - ଖୋର୍ଦ୍ଧାରେ ସର୍ବାଧିକ ସୁସ୍ଥ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ତାଲିକାରେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ, ସକ୍ରିୟ ମାମଲା ଓ ସର୍ବାଧିକ ସୁସ୍ଥ ସଂଖ୍ୟା ରହିଛି । ଅଧିକ ପଢ଼ନ୍ତୁ...

odisha-corona-update-april-22
ଓଡିଶା କୋରୋନା ଅପଡେଟ: ହଟସ୍ପଟ ସ୍ଥାନରେ ବଢୁଛି ସୁସ୍ଥ ସଂଖ୍ୟା

By

Published : Apr 22, 2020, 10:38 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା କାୟା ଜାରି ରହିଛି । ବୁଧବାର ସନ୍ଧ୍ୟା ସୁଦ୍ଧା 4 ନୂଆ ଆକ୍ରାନ୍ତ ଓ ଦୁଇ ସୁସ୍ଥ ସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ରହିଛି 83 । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ତାଲିକାରେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ, ସକ୍ରିୟ ମାମଲା ଓ ସର୍ବାଧିକ ସୁସ୍ଥ ସଂଖ୍ୟା ରହିଛି ।

ପ୍ରକାଶ ପାଇଥିବା ତାଲିକା ଅନୁସାରେ, ମୋଟ 83 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 32 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ସକ୍ରିୟ ତାଲିକା ରହିଛି 50 । ତେବେ ବୁଧବାର ପର୍ଯ୍ୟନ୍ତ ରାଜ୍ୟର 10ଟି ଜିଲ୍ଲାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ବାଲେଶ୍ବର ଓ ଭଦ୍ରକ ଓ ଯାଜପୁର ଅଞ୍ଚଳରେ ଅଧିକ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 46ଟି କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 21 ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି 24 ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଭଦ୍ରକ ଜିଲ୍ଲାରେ 11ଜଣ ଆକ୍ରାନ୍ତ ହୋଇଥିବା ବେଳେ 2ଜଣ ସୁସ୍ଥ ହୋଇଛନ୍ତି ଓ 9 ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ବାଲେଶ୍ବରରେ 8ଟି ଆକ୍ରାନ୍ତଙ୍କ ମଧ୍ୟରୁ 8 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯାଜପୁର ଜିଲ୍ଲାରେ 8ଟି ଆକ୍ରାନ୍ତ ରହିଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ 3 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 2ସୁସ୍ଥ, କେନ୍ଦ୍ରାପଡାରେ 2 ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ, କଳାହାଣ୍ଡିରେ 2ଜଣ ଆକ୍ରାନ୍ତ ହୋଇଥିବା ବେଳେ 2ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ସେହିପରି ଢେଙ୍କାନାଳ ଜିଲ୍ଲାର 1 ମାତ୍ର ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କଟକ ଓ ପୁରୀରେ ମଧ୍ୟ ସେହି ଚିତ୍ର ଦେଖିବାକୁ ମିଳିଛି । ତେବେ ରାଜ୍ୟରେ ହୋଇଥିବା ଏକ ମାତ୍ର କୋରୋନା ମୃତ୍ୟୁ ଖୋର୍ଦ୍ଧା ଜିଲ୍ଲାରୁ ହୋଇଛି ।

ବ୍ୟୁରୋ ଇନପୁଟ ସହ ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details