ଭୁବନେଶ୍ବର: ସୋମବାର ସକାଳେ 103 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ 99 ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ 649 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ରାଜ୍ୟରେ ଟେଷ୍ଟିଂ ପ୍ରକ୍ରିୟାରେ ବୃଦ୍ଧି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହା ସହ ସେହି ଅନୁପାତରେ ସୁସ୍ଥ ମଧ୍ୟ ଲୋକଙ୍କ ସଂଖ୍ୟ ମଧ୍ୟ ବଢୁଛି । ଯାହା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ପଲଟିଛି ।